ପିଲା ଦିନ କଥା
ପିଲା ଦିନ କଥା
ମନେ ପଡେ ମୋର ପିଲାଦିନ କଥା
ଅନୁମାନ ନୁହେଁ କିଛି
ଲୋକ ମାନଙ୍କର ସହିତ ମୁଁ ଖେଳି
ବୁଲି ହସି କେତେ ନିତି ।
ଦୁଃଖ ଶୋକ ଭୁଲି ଯାଇଛି ମଉଳି
ଅତୀତ ଦିନର ସ୍ମୃତି
ବଡ଼ ସାନ କଥା ନ ମାନି ନ ଶୁଣି
ବୁଲନ୍ତି ପିଲାଏ ଯାଇ ।
ବଣ ତୋଟା ନଈ ପଠା ପୋଖରୀର
ଅପନ୍ତରା ସ୍ଥାନ ବିଲ
ବୁଡି ଯାଇଥିବା ଲୋକଙ୍କ ଅତୃପ୍ତ
ଆତ୍ମା ତହିଁ ଚାଲ ବୁଲ ।
ହେଉ ଥିବା କଥା ଶୁଣ। ଯାଏ ଲୋକ
ମୁଖେ ଗାଁଆରେ ବହୁତ
କିନ୍ତୁ ଦିନେ ହେଲେ ଦେଖି ନାହୁଁ ବୋଲି
ପ୍ରାଣ ଯେ ସଦା ଚକିତ ।
ରହି ଥିଲା ବେଳେ ଅଚାନକ ଦିନେ
ସନ୍ଧ୍ୟା ସମୟେ ହଠାତ
ଦେଖି ଦେଲୁ କେତେ ଆଲୋଅ ସେଠାରେ
ଉଠିଲା ହୃଦୟେ କମ୍ଫ ।
ଛନକାରେ ମନ ଶିହରୀ ଉଠିଲା
ବେଳକୁ ଅନ୍ଧାର ରାତି
କାହିଁ କେଉଁ ଦୂରେ ରହିଲେଣି ଗାଆଁ
ଦୁଷ୍ଟ ପିଲାଏ କାନ୍ଦନ୍ତି ।
ବୋବାଳି ଛାଡିଲେ ମାଆଲୋ ବୋପ।ଲୋ
ଏ କି ମିଞ୍ଜି ମିଞ୍ଜି ଆଲ
ଧାଆଁଲୋ ପଳ।ଲୋ ରହନା ଆଉଲୋ
ହେଇଟି ସେଇ ଭୂତ ଲୋ ।
ଖାଇ ଦେବ ବାବା ପଳାଇ ଚାଲ ଲୋ
ପଳାଇ ଚାଲ ଲୋ ଧାଇଁ
ଏକ ମୁହାଁ ହୋଇ ଧାଇଁବା ଆରମ୍ଭ
କଲେ ହୋଇ ଧଇଁ ସଇଁ ।
ସେଇ ଭୁତ ପ୍ରେତ ପିଶାଚମାନଙ୍କ
ସ୍ମୃତି ଅନୁଭୁତି ମାଳ
ବହୁତ ଦିନରୁ ପ୍ରଚଳିତ ଭ୍ରାନ୍ତ
ଧାରଣା ଚିନ୍ତା ସକଳ ।
ଜାଗ୍ରତ କରାଏ ନିତ୍ୟ ନୈମିତ୍ତିକ
ବୁଝାମଣା କୁସଂସ୍କାର
ମନରେ ଆଶଙ୍କା ଭଉଁରୀ ଭିତରେ
ଉବୁ ଟୁବୁ କରେ ଚିର ।

