STORYMIRROR

Pranati Mahapatra

Horror Others

4  

Pranati Mahapatra

Horror Others

ଭାବନାରେ ଭୟଭୀତ

ଭାବନାରେ ଭୟଭୀତ

2 mins
399


ସପନା ବୋଲି ପିଲାଟିଏ ସେ ଭାରି ଡଉଲ ଡାଉଲ

ପଢଇ ପାଠ ସେ ଭଲ ଚାଟ ସଭିଏଁ କହନ୍ତି ଭଲ ।

ଖେଳ କୁଦରେ ଏକ ନମ୍ବର ସୁନ୍ଦର ସ୍ବାସ୍ଥ୍ୟ ତା'ର

ସାଙ୍ଗସାଥି କହନ୍ତି ସେ କରେ ଉତ୍ତମ ବ୍ୟବହାର ।

ଅଦିନ ଝଡ଼ ଆସିଲା ମାଡ଼ି ନୀରବ ହୋଇଗଲା

ମୁକ ପରିକା ବସିଲା ଖାଲି ବଲବଲ ଚାହିଁଲା।

ଖାଇଲା ନାହିଁ ପଢିଲା ନାହିଁ ବୁଲେ ଗାଁ ଦାଣ୍ଡରେ

କାହାକୁ ଚିହ୍ନି ପାରଇ ନାହିଁ ଲୁଗା ରଖେନା ଦେହରେ ।

ବିଧବା ମାଆ ବିଧବା ଆଈ ହାତରେ ମୁଣ୍ଡ ଦେଲେ

ଅଭିଶପ୍ତ ସେ ପରିବାରରେ ଗୋଟେ ବି ପୁଅ ନାହିଁ ।

କହନ୍ତି ଲୋକେ ଅବିଶ୍ୱାସର କାହାଣୀ କେତେ କେତେ

ଦାଣ୍ଡ ଦୁଆର ତାଳ ଗଛରେ ଅଛନ୍ତି ଆତ୍ମା ଯେତେ ।

ଅନ୍ଧାର ଯେତେ ଗହଳ ହୁଏ ନିରୋଳା ରାସ୍ତା ହୁଏ

ଭୟଙ୍କର ମାନ ଶବଦ ବିକଟାଳ ଛାୟା ଦେଖାଯାଏ।

କାହାର ଅଭିଶାପ ଯୋଗୁଁ ସେ ବଂଶର ଯେତେ ପୁରୁଷ

ଅଳ୍ପ ବୟସେ ମୃତ୍ୟୁ ବରଣ ସେ ଘରୁ ଲିଭେ ହସ ।

ସେ ଆତ୍ମାମାନେ ଅତୃପ୍ତ ଭାବେ ଚତୁର୍ପାର୍ଶ୍ବେ ବୁଲନ୍ତି

ଅସ୍ବାଭାବିକ ଘଟଣାମାନ ସଦା ଭିଆଉ ଥାନ୍ତି ।

ପୋଖରୀ କୂଳ ଆର ପଟରେ ଥାଇ ତାଳି ମାରନ୍ତି

ନୀଳ ଆଲୋକ ଏପଟରୁ ସେପଟ ବୁଲୁ ଥାଆନ୍ତି ।

ଏକଦା ସନିଆଁ ପୂଜା ପୂର୍ବ ରାତିର କଥା ଇଏ

ଚୁଡା କୁଟିବା ପାଇଁ ଧାନକୁ ପାଣିରେ ଭିଜେଇ ଥାଏ ।

ସାହିର ଜଣେ ଖୁଡୀକୁ କହେ ଶୋଇବୁ ଆଜି ମୋ ଘରେ 

ରାତି ଅଧରୁ କୁଟିବା ଚୁଡା ସରିବ ରାତି ପାହିଲେ ।

ହଁ ଭରି ସେ ମହିଳା ଗଲେ ସଂଜରେ ଆସିଲେ ନାହିଁ,

ଖାଇପିଇ କି ସପନା ମାଆ ଘୁଙ୍ଗୁଡ଼ି ମାରିଲେ ଶୋଇ ।

କେଜାଣି କେତେ ରାତି ହୋଇଛି ଡାକିଲେ କିଏ ଆସି

କବାଟ ଖୋଲ ସପନା ବୋଉ ଉଭା ମୁଁ ଦୁଆରେ ଆସି ।

ରାତି ଅଧରୁ ରାତି ପାହିଲା ଚୁଡା କୁଟା ସରିଲା

ଶେଷରେ ଗଲେ ପୋଖରୀ ପାଣି ତା ପରେ ଚେତା ବୁଡିଲା ।

ସପନା ବୋଉ ଅବସ୍ଥା ଦେଖି ଲୋକେ ପାଣି ଛାଟିଲେ

କହିଲା ଯାହା ଶୁଣି ଲୋକ ଯେ ଆଶ୍ଚର୍ଯ୍ୟ ହୋଇଲେ ।

ଭୟାନକ ଦୃଶ୍ୟ ଦେଖି ସହି ଛାତି ସହି ନ ପାରିଲା

ଦୁର୍ବଳ ମନେ ଏଭଳି ଭୟେ ଆତ୍ମାର କାର୍ଯ୍ୟ ଭାବିଲା ।।

ଘଟେ ଏଭଳି ଘଟଣାସବୁ ଶୁଣିଛୁ କର୍ଣ୍ଣେ ତାହା

ଯାହା ବି ହେଉ ଅନେକ ଚୁଡା ବିକିଲା ସପନା ମାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror