STORYMIRROR

Pranati Mahapatra

Tragedy

3  

Pranati Mahapatra

Tragedy

ଏକମାତ୍ର ସାଥି

ଏକମାତ୍ର ସାଥି

1 min
205


ଯନ୍ତ୍ରଣାର ଅନ୍ୟ ନାମଟି ଜୀବନ

ଉଠାଣି ଗଡାଣି ଥାଏ,

କେତେବେଳେ ପଡେ କେତେବେଳେ ଗଡେ

କହି ତ ନ ପାରେ କିଏ ,

ତଥାପି ଜୀଇଁବା ହୁଏ

ଗଡାଣିର ଦୁଃଖ ନ ସହି ପାରିଲେ

 ଲୁହ ହୋଇ ବହି ଯାଏ ।।


ପାଶେ ପାଶେ ରହି ଆଶ୍ବାସନା ଦେଇ

ବିପଦର ବନ୍ଧୁ ହୁଏ,

ସଭିଏଁ ସ୍ବାର୍ଥରେ ସୁଖବନ୍ଧୁ ସିନା 

ଦୁଃଖରେ ସେ ଠିଆ ହୁଏ,

କାମନା କିଛି ନ ଥାଏ

ଯାତନା କାତରେ କଲବଲ ବେଳେ

ସିଏ ତ ତରଳି ଯାଏ ।।

ପାଶେ ପାଶେ ରହିଥାଏ


ରଙ୍ଗ ପାଉଡ଼ର ସଭିଏଁ ମାଖନ୍ତି

କରୁଥାନ୍ତି ଅଭିନୟ,

ଛଳନାର ମୁଖା ଭାରି ଭଲ ଦିଶେ

ସବୁବେଳେ ଲାଗେ ଭୟ,

ବିନା ଛଳନାରେ ଲୁହ

ଭାରି ଭଲ ଲାଗେ ସବୁବେଳେ ଖୋଜେ

ଦେଖିବାକୁ ତା'ର ମୁହଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy