STORYMIRROR

MAMATA RANI SATAPATHY

Tragedy

4  

MAMATA RANI SATAPATHY

Tragedy

ବିରହ

ବିରହ

1 min
377

କାଲି ପରି ଲାଗୁଛି ପ୍ରିୟ

    ଆସିଥିଲ ମୋ ଜୀବନେ ହଠାତ୍ କରି

ସାଙ୍ଗ ହୋଇ ରହିବାର ପ୍ରତିଶୃତି ଦେଇ

    ଜିତିଗଲ ମୋ ଦୃଦୟ ଡୋରି।


ଯେତେ ମନାକରୁଥିଲେବି 

    ଭିଡିନେଉଥିଲ ତୁମେ 

କଥାରେ କଥାରେ କିମିଆ କରି

    ନିଜର କରିଲ ପ୍ରେମେ। 


ଆସ୍ତେ ଆସ୍ତେ ସାଙ୍ଗରୁ ପ୍ରେମିକା

    ବନେଇଦେଲ ମତେ

କେତେବେଳେ ମୁଁ ତୁମ ପ୍ରେମିକା ସାଜିଲି

    ଜାଣିପାରିଲିନି ସତେ।


ପ୍ରେମିକାରୁ ପୁଣି ଘରଣୀ ପାଇଁକି

    ମନ ବଳାଇଲ ତୁମେ

ପାରିଲିନି ପ୍ରିୟ ତୁମ ଘରଣୀ ହେବାକୁ

    ଭାଗ୍ୟରେ ନଥିଲା ବୋଧେ।


କଥା ଦେଇଥିଲ ପ୍ରିୟ

     କରିବନି କେବେ ପର

କ'ଣ ହେଲା ଆଜି

     ତୁମେ ହୋଇଗଲ ଏତେ ଦୂର।


ଦିନେ କଥା ନହେଲେ 

     କରୁଥିଲ ମନଦୁଃଖ

ଫୋଟୋଟିଏ ଦିଅ ବୋଲି

     ଅଳି କରୁଥିଲ ମୋପାଖ।


ତୁମେ ମୋ ବଞ୍ଚିବାର ସାହାରା ବୋଲି

    କହୁଥିଲ ବାରମ୍ବାର

ଆଜି କାହିଁକି ଏତେଦୂର

     କୁହ କୁହ ପ୍ରିୟବର।


ତୁମ ସୃତି ଜଳାଏ

     ମୋର ଦେହ ଓ ମନ

ତୁମ ବିରହରେ ପ୍ରିୟ

    ମୁଁ ଆଜି ବିଦୀଣ୍ଣ।


ବିରହ ବେଦନା ଜୀବନକୁ କରେ

    ଲକ୍ଷ୍ୟହୀନ ତରୀସମ

ବଞ୍ଚିବାର ଆଶା ହ୍ରାସ ଘଟୁଥାଇ

    ଜୀବନ ତମସାଛନ୍ନ।


ସେଦିନର କଥା ସ୍ନେହ ମିଳାମିଶା

    ଆଜିବି ପଡୁଛି ମନେ

ବିରହ ନିଆଁରେ ଜଳୁଛି ମୁଁ ନିତି

    ତୁମ ପ୍ରେମ ମଧୁଲଗନେ।


ଫିକା ଫିକା ଲାଗେ ତୁମବିନା ସାଥୀ

    ଏ ଜୀବନ ମୋର

ପ୍ରେମର ଅଢେଇ ଅକ୍ଷର ମୋପାଇଁ

    ହେଲା ଛଳନାର ବାଲିଘର।


ଜାଣିଛି ପ୍ରିୟ ତୁମେ

     ମୋପାଇଁ ମୃଗତୃଷ୍ଣା

ତଥାପି କାହିଁକି ଏମନ ଝୁରେ

     ପାଇବାକୁ ତୁମ ପ୍ରେମଛୁଆଁ।


ବିରହ ଅନଳ ଜଳେ ଓ ଜଳାଏ

    ଭରିଦିଏ ହୃଦେ ବ୍ୟଥା

ଅଭିଶାପ ପାଇ କେତେ ନରନାରୀ

    ଭୋଗୁଛନ୍ତି ଏହି ବ୍ୟଥା।


ପ୍ରେମରେ ବିରହ ଆନନ୍ଦଦାୟକ

    ଯେହ୍ନେ ଦେହ ସଙ୍ଗେ ଥାଏ ଛାଇ

ବିଚ୍ଛେଦ ନଥିଲେ ମିଳନର ସ୍ବାଦ

    କେ'ବା ଜାଣିପାରଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy