Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MAMATA RANI SATAPATHY

Romance

4  

MAMATA RANI SATAPATHY

Romance

ମୋ ପ୍ରେମ

ମୋ ପ୍ରେମ

1 min
567


ମୁଁ ଭଲପାଏ ତୁମକୁ

    ତୁମ ହାଡ ମାଂସର ଦେହକୁ ନୁହେଁ

ତୁମ ଭିତରେ ଥିବା ସେ ସୁନ୍ଦର ଦୃଦୟକୁ

    ତୁମର ସେ ସରଳ ମନକୁ ।


ମୋ ପ୍ରେମ ଏକ ସ୍ବପ୍ନ ପ୍ରହେଳିକା ନୁହେଁ

     ନୁହେଁ ସେ ମରୁ ମରୀଚିକା 

ରାଧାଙ୍କ ପ୍ରେମ ପରି ମୋର ଶାଶ୍ବତ ପ୍ରେମ

   ନା ଅଛିି ଦୈହିକ ଆକର୍ଷଣ ନା ତୁମ ରୂପର କାମନା ।


ମୋ ଭଲପାଇବା ତ ଏମିତି

       ରୂପକୁ ନୁହେଁ ଗୁଣକୁ

ତନୁକୁ ନୁହେଁ ମନକୁ

      ମୁଁ ଭଲପାଏ କେବଳ ତୁମକୁ

 ହଁ ହଁ ତୁମକୁ ।


ମୋ ପ୍ରେମ ନୁହେଁ କଳ୍ପନାରେ ଭରା

    ଯେ ବାସ୍ତବ ଆଗରେ ହାରିଯିବ

ମୋ ପ୍ରେମ ନୁହେଁ ଅଧାଲେଖା ଗପ

    ଯେ ଅଧୁରା ହୋଇ ରହିଯିବ l


ମୋ ପ୍ରେମ ଅଟେ ସତ୍ୟ ସନାତନ ଯେଉଁଠି 

    ଛଳନା, ଲାଞ୍ଚନା ଆଉ ପ୍ରତାରଣାର ସ୍ଥାନ ନଥିବ

ମୋ ପ୍ରେମ ତ କେବଳ ମନର ମିଳନ

   ଯାହା ଯୁଗେ ଯୁଗେ ଅମର ହୋଇ ରହିଥିବ l


ମୋ ପ୍ରେମ ନୁହେଁ କାଚର ଆଇନା

    ଯେ ପଡିଗଲେ ଭାଙ୍ଗିଯିବ

ମୋ ପ୍ରେମ ନୁହେଁ ବାଲିଘର

    ଯେ ସମୁଦ୍ର ଜୁଆର ଧୋଇନେବ l


ମୋ ପ୍ରେମ ଅଟେ ପବିତ୍ର ମହ୍ଲାର

    କୋଶ କୋଶ ବ୍ୟାପି ମହକୁଥିବ

ଆଶା ଅଭିପ୍ସାର ପ୍ରୀତିରେ ବନ୍ଧା ସେ

    ତୁମ ପ୍ରାଣେ ମୁଖରିତ ହେଉଥିବ l


ମୋ ପ୍ରେମ ନୁହେଁ ଭସା ବାଦଲ

    ଯେ ସମୀର ତାକୁ ଉଡ଼ାଇନେବ

ମୋ ପ୍ରେମ ନୁହେଁ ଏକ ଭାବନା

    ଯାହା ଭାବନାରେ ରହିଯିବ l


ମୋ ପ୍ରେମ ନୁହେଁ ଶେଫାଳି ପରି

    ଯିଏ ଅବେଳରେ ଝଡ଼ିଯିବ

ମୋ ପ୍ରେମ ତ ଏକ ଶାଶ୍ୱତ ମୂର୍ଚ୍ଛନା

    ଯାହା ତୁମ ପ୍ରାଣେ ଗୁଞ୍ଜରିତ ହେଉଥିବ l


ମୋ ପ୍ରେମ ନୁହେଁ ଏକ ମାମୁଲି ଜିନିଷ

     ଯାହା ଟଙ୍କା ଦେଇ କିଣିହେବ

ମୋ ପାଇଁ ପ୍ରେମ ଏକ ପବିତ୍ର ବନ୍ଧନ

      ମଶାଣି ଯାଏଁ ସେ ଥିବ l


ମୋ ପ୍ରେମ ପାର୍ବଣ ଆକାଶେ ତୋଫା ଜହ୍ନ ପରି

     ଝଲମଲ ହେଉଥିବ 

ସେ ସଦା ଅମଳିନ, ନିତ୍ୟ ନୂତନ

    ସ୍ୱର୍ଗର ପାରିଜାତ ପରି ବାସୁଥିବ l


ମୋ ପ୍ରେମ ଅଟେ ବିଭୁଙ୍କ ବରଦାନ

     ଯିଏ ଆଶୀର୍ବାଦ ହୋଇ ଝରୁଥିବ 

ମୋ ପ୍ରେମ ଏକ ଚିର ସବୁଜ ଐଶୀ ଅନୁଭୂତି

    ଯାହା ତୁମ ପ୍ରାଣରେ ଉନ୍ମାଦନା ଭରୁଥିବ l


ମୋ ପ୍ରେମରେ ନାହିଁ ଘୃଣା ନାହିଁ ହିଂସା

     କେବଳ ପ୍ରେମର ଫଲଗୁ ବହୁଥିବ

ସେ ଫଲଗୁ ଦିବ୍ୟଜ୍ୟୋତି ହୋଇ

      ତୁମକୁ ପୁଲକିତ କରୁଥିବ l


Rate this content
Log in

Similar oriya poem from Romance