STORYMIRROR

JAGYASINI PARIDA

Romance Others

3  

JAGYASINI PARIDA

Romance Others

ତୁମେ ଯଦି ହୁଅ

ତୁମେ ଯଦି ହୁଅ

1 min
450

ତୁମେ ଯଦି ହୁଅ ଜ୍ୟୋତ୍ସ୍ନାର ଆଲୋକ

ମୁଁ ଚାହେଁ ହେବାକୁ 

ସେ ଆଲୋକରେ ଆଲୋକିତ।


ତୁମେ ଯଦି ହୁଅ ଇନ୍ଦ୍ରଧନୁର ସାତରଙ୍ଗ 

ମୁଁ ଚାହେଁ ହେବାକୁ 

ସେ ରଙ୍ଗରେ ରଙ୍ଗାୟିତ। 


ତୁମେ ଯଦି ହୁଅ ଗଭୀର ସାଗର

ମୁଁ ଚାହେଁ ହେବାକୁ ସେ ସାଗରର 

ବିନ୍ଦୁଏ ଜଳ ମାତ୍ର।


ତୁମେ ଯଦି ହୁଅ ଧାରକ ବଂଶୀର 

ମୁଁ ଚାହେଁ ହେବାକୁ 

ସେ ବଂଶୀର ସାତ ସୁର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance