STORYMIRROR

JAGYASINI PARIDA

Inspirational

3  

JAGYASINI PARIDA

Inspirational

ଶକ୍ତିସ୍ୱରୂପିଣୀ 'ମା '

ଶକ୍ତିସ୍ୱରୂପିଣୀ 'ମା '

1 min
221

କାଶତଣ୍ଡୀ ଫୁଲ ନଦୀପଠା ଧାରେ

ଆହା ! ଦିଶେ କେଡ଼େ ମନୋହର

ଅଶିଣ ଆକାଶ ନିର୍ମଳ ଦିଶଇ

'ଅକ୍ଷରା' ଅବତରିବେ ମଞ୍ଚପୁର ।


ଚଳଚଞ୍ଚଳ ଆଜି ଗାଁ ଠୁ ସହର

ଭକତ ମନରେ ଆନନ୍ଦ ଅପାର

ସୁଖ ଶାନ୍ତି ମୈତ୍ରୀ ପ୍ରତିଷ୍ଠା କରିବେ "ମା"

ଦୁଷ୍ଟ ଶକ୍ତିକୁ କରି ସହାଂର।


ଧୂପ ଦୀପ ଆଉ ଘଣ୍ଟ ଶଙ୍ଖ ହୁଳହୁଳି ବାଦ୍ୟରେ

ଚତୁର୍ଦ୍ଦିଗ ହୋଇଉଠିବ ମୁଖରିତ

ଦଶଭୂଜା ଦେବୀ ଦୁର୍ଗାଙ୍କ ଆଗମନରେ 

ସଭିଏଁ ହୋଇ ଉଠିବେ ଆନନ୍ଦିତ।


ଶକ୍ତି ସ୍ଵରୂପିଣୀ ଭବ ମୋଚନୀ ମଙ୍ଗଳକାରିଣୀ

"ମା" ଶାକମ୍ବରୀ ପୂଜା ପାଇବେ ଷୋଡ଼ଶୋପଚାରରେ

ଚଣ୍ଡୀପାଠ ପୁଣି ପ୍ରକମ୍ପିତ ହେବ ପ୍ରତିଟି ପୂଜା ମଣ୍ଡପରେ।


ସିଂହବାହନରେ ଆସି ନବଦୁର୍ଗା

ଦୁଷ୍ଟ ଶକ୍ତିର କରିବେ ବିନାଶ 

ସଦ୍ଭାବନା ସଦ୍ ପ୍ରେରଣା ଆଦି

ସକାରାତ୍ମକ ଶକ୍ତିର ସଂଚାଳନ କରି 

ବାହୁଡ଼ିବେ ପୁଣି ନିଜ ନିବାସ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational