STORYMIRROR

Pabitra Sahu

Inspirational

3  

Pabitra Sahu

Inspirational

ନୃତ୍ୟାଙ୍ଗନା

ନୃତ୍ୟାଙ୍ଗନା

1 min
326


ଜୀବନ ପଥରେ ଦୁନିଆ ଦାଣ୍ଡରେ    

 ସବୁବେଳେ ନାଚୁ ଥାଏ, 

ହେଲେ ତୁମ ସମ୍ମୁଖରେ ନାଚିବାର ଭାଗ୍ୟ

       କାହାର ଅବା ଥାଏ। 


ଶିଖିଚି ମୁଁ ନାଚ ତୋ ପାଇଁ କାଳିଆ

        ତୋ ଆଗରେ ନାଚିବାକୁ 

ଥକି ଯିବି ନାହିଁ ଯେତେ ନାଚିଲେ ବି

        ତୁ ପରା ଦେଖୁଥିବୁ। 


ଛନ୍ଦେ ଛନ୍ଦେ ମୁହିଁ ନାଚି ନାଚି ଯିବି

       ତୋ ମନ ମୋହୁଥିବି, 

ଭକତି ଭାବର ପୀରତି ଜାଲରେ

        ନିଶ୍ଚୟ ତତେ ଛନ୍ଦିବି। 


ଦାସୀ ସିନା ନାଚେ ରାଜ୍ୟ ରାଜା ଆଗେ

       ମୁଁ ହେବି ଦେବଦାସୀ , 

ସାରା ଜଗତରେ ରାଜା ଆଗେ ନାଚେ

       ଜୀବନର ବଡ଼ ଖୁସି। 


ମୁଣ୍ତରେ ଟାହିଆ ସୁବାସ ଗଜରା

     ଖୁସା ମୁହିଁ ଖୋସି ଥିବି, 

ହାତରେ ବାହୁଟି ବୁକେ ହାର ପିନ୍ଧି

      ଅଣ୍ଟା ବିଛା ପିନ୍ଧି ଦେବି। 


ପାଦରେ ମୋହର ନୂପୁର ଶବଦ

      ରୁଣୁଝୁଣୁ କରୁଥିବ, 

ଘୁଙ୍ଗୁର ଶବଦ ଶୁଭିଗଲେ ଜଗା

     ନିଦ ତୋର ଭାଙ୍ଗିଯିବ। 


ପଲକ ନପଡ଼ି ଚାହିଥିବୁ ମୋତେ 

      ଗୁଣ୍ଡିଚା ମନ୍ଦିର ଯାଏଁ, 

ଏତିକି ମୋ ଶେଷ ଅଳିରେ କାଳିଆ

     ଲୁହ ଧାର ବୋହି ଯାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational