Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pabitra Sahu

Abstract Tragedy Action

4  

Pabitra Sahu

Abstract Tragedy Action

ଆମ ଅଧିକାର

ଆମ ଅଧିକାର

1 min
319



ମୋ ଭାରତ ଦେଶ ଅଟଇ ପବିତ୍ର

ଯହିଁ ଗଙ୍ଗା ବହୁଥାଏ , 

ଯୁଗ ଯୁଗର ଗୌରବ ଗାରିମା 

ଅମର କୀର୍ତ୍ତି ସେ ଗାଏ । 


ବୀର ପୁରୁଷଙ୍କ ଶେଷ ରକ୍ତବିନ୍ଦୁ 

ମାଟିରେ ଗଲା ନିଗିଡ଼ି, 

ଗଣତନ୍ତ୍ର ତହୁଁ ଅଙ୍କୁରିତ ହେଲା 

ସ୍ୱାଧୀନ ପଥ ସଜାଡି଼ । 


ଆମେ ନିଜେ ନିଜ ଶାସନ ଚଳାଉ 

ସମ୍ବିଧାନ ଲେଖା ନେଇ , 

ଆମ ଅଧିକାର ଲିଖିତ ରହିଛି 

ଜନ ହିତକର ପାଇଁ । 


ଦେଶର ସମ୍ପତ୍ତି ଉପରେ ଜାଣଟି 

ସମସ୍ତଙ୍କ ଅଧିକାର , 

ସବୁ ଧର୍ମ ଏଠି ସମ୍ମାନ ପାଇବ 

ନ ରହିବ ମତାନ୍ତର । 


ସାଂସ୍କୃତିକ , ଶିକ୍ଷାଗତ ଅଧିକାର

ଛଡ଼େଇ ନ ନେବେ କେହି, 

ଶୋଷଣ ନ ସହି ବିରୋଧ କରିବା

କ୍ଷମତା ଅଛି ତା' ପାଇଁ। 


ସାହସ କା ନାହିଁ ଆମ ଅଧିକାର

ଆମଠାରୁ ଛଡ଼ାଇବ , 

ଆଇନ ଆଗରେ ସଭିଏଁ ସମାନ 

ଉଚିତ ନ୍ଯାୟ ମିଳିବ। 


ଜାତି, ଧର୍ମ, ବର୍ଣ୍ଣ ତେଜି ବିଭିନ୍ନତା 

ଭାତୃତ୍ୱ ଭାବ ରଖିବା 

ତେବେ ଯାଇ ଆମେ ସ୍ୱପ୍ନ ରାଇଜକୁ

ସୁନ୍ଦର କରି ଗଢି଼ବା । 



Rate this content
Log in

Similar oriya poem from Abstract