STORYMIRROR

Pabitra Sahu

Romance Classics Others

4  

Pabitra Sahu

Romance Classics Others

ବର୍ଷାରେ ଅଚିହ୍ନା ଅନାମିକା

ବର୍ଷାରେ ଅଚିହ୍ନା ଅନାମିକା

2 mins
412

ଶ୍ରାବଣ ସଞ୍ଜରେ ଝିପିଝିପି ବର୍ଷାରେ

ଛତା ତଳେ ବୁଲୁଥିଲି ଏକା

ଶୁନ୍ ଶାନ୍ ରାସ୍ତାରେ କେହି ନାହିଁ ସାଥେ

ଲାଗୁଥିଲା ଫିକା ଫିକା। 


ଟିକିଏ ଦୂରରେ ଗଛତଳେ ରହି

କିଏ ଜଣେ ଭିଜୁଥିଲା

କେଉଁ କାମରେ ସେ ବାହାରକୁ ଆସି

ବର୍ଷାରେ ରହି ଗଲା। 


ପାଖକୁ ଯାଇ ଦେଖିକି ଜାଣିଲି

ସୁନ୍ଦରୀ ତରୁଣୀ ଜଣେ

ବର୍ଷା ଛାଡ଼ିବାକୁ ଅପେକ୍ଷା କରି 

ଭିଜି ଗଲା ଗୋଟାପଣେ। 


ନୀଳ ପୋଷାକଟି ଓଦା ସରସର

କେଶରୁ ଝରୁଛି ପାଣି

ଶୀତରେ ଦେହକୁ ଜାବୁଡ଼ି ଧରିଛି

ଓଠ ଥରୁଥାଏ ପୁଣି। 


ପାଖରେ ଦେଖି ସେ ଟିକେ ଶଙ୍କି ଗଲା

କହିଲି ଡରନା ମୋତେ

ମୋ ଛତା ନେଇ ଘର ଚାଲିଯାଅ

ସଞ୍ଜ ଗଡ଼ିଲାଣି କେତେ। 


ଭରସା ଆଖିରେ ଆଖି ମିଶେଇଲା

ଭୟ ତା'ର ଛାଡ଼ି ଗଲା

ଧନ୍ଯବାଦ ଦେଇ ଛତା ନେବା ପାଇଁ

ମନରେ ସେ ସ୍ଥିର କଲା। 


ତା'ର ହାତ ମୋ ହାତ ସ୍ପର୍ଶ କରି

ଛତା ନେଇ ଚାଲିଗଲା

ପଛକୁ ବୁଲି ନାଲି ଅଧରରେ

ସ୍ମିତ ହାସ୍ଯ ହସି ଦଲା। 


ଫିକା ଫିକା ଏଇ ମନ ଆକାଶରେ

ସାତ ରଙ୍ଗ ବୁଣି ଦେଲା

ଅଜଣା ଅଚିହ୍ନା ଝିଅଟି କାଇଁ

ଭାରି ନିଜର ଲାଗୁଥିଲା। 


ତାହାରି ସ୍ପର୍ଶ ରେ ଦେହରେ ମୋର

ସିଂହରଣ ଖେଳିଗଲା

ବର୍ଷା ଛିଟାରେ ଥଣ୍ଡା ଶରୀରଟି

ଉଷ୍ଣତା ରେ ଭରିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance