Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Classics Inspirational

5.0  

ବି. ନିରୁପମା

Romance Classics Inspirational

ପ୍ରେମଡୋରେ ବାନ୍ଧିବା

ପ୍ରେମଡୋରେ ବାନ୍ଧିବା

1 min
591



କିଏ କହେ ପ୍ରେମ ଏକ ସୁନେଲି ସପନ,

କାହା ଲାଗି ରଙ୍ଗଭରା ଗୋଟେ ପୁଷ୍ପବନ ।

କା' ପାଇଁ ସେ ଜହ୍ନ ସାଜି ହାତେ ପଡ଼େ ଖସି,

ପ୍ରେମ ପୁଣି ନଈଟିଏ ବହିଯାଏ ହସି ।


କିଏ କହେ ମାଆ ଗାଳି ଭଳି ସିଏ ମିଠା,

କା' ଲାଗି ସେ ମରୀଚିକା କା' ପାଇଁକି ଅଠା ।

କାହା ଲାଗି ଜୁଇ ଆଉ ଉଆଁସ ଅନ୍ଧାର,

କିଏ କହେ ପ୍ରେମ ଅଟେ ସବୁଠୁ ସୁନ୍ଦର ।


ଇନ୍ଦ୍ରଧନୁ ସାତରଙ୍ଗ ଭରିଛି ତା' ଦେହେ,

ମହୁ ସମ ମଧୁର ସେ ଅନ୍ୟ କେହି କହେ ।

ପ୍ରେମ ଅଟେ ଈଶ୍ବରଙ୍କ ଅନବଦ୍ୟ ସୃଷ୍ଟି,

ବଖାଣନ୍ତି ସେ ପ୍ରକାରେ ଯାହାର ଯା' ଦୃଷ୍ଟି ।


ମୋ ମତରେ ପ୍ରେମ ଡୋରେ ବାନ୍ଧିବା ସଭିଙ୍କୁ,

ହସି ହସାଇବା ସାରା ଜଗତବାସୀଙ୍କୁ ।



Rate this content
Log in