Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Inspirational Others

4.2  

ବି. ନିରୁପମା

Action Inspirational Others

ନ ହୁଅରେ ହାଇଁପାଇଁ

ନ ହୁଅରେ ହାଇଁପାଇଁ

1 min
315



ବରଷା ବତାସ ତୁହାକୁ ତୁହା ଯେ

ପଳାଅରେ ଗାଆଁ ଛାଡ଼ି,

ସରକାର ଙ୍କର ଆଶ୍ରୟସ୍ଥଳକୁ

ଯିବା ଲାଗି ସେଠି ଗାଡ଼ି ।

ଘର ଘର ବୁଲି ସିଏ...

ଲୋକଙ୍କୁ ଯୋଓର କରି ନେଇଯା'ନ୍ତି

ନ ମରନ୍ତୁ ବୋଲି କିଏ ।


ତୁମେ ତ କହିଲେ ଓଲଟା ବୁଝିବ

ଆଗୁଁ ଡ଼ାକବାଜି ଯନ୍ତ୍ରେ,

କେତେଥର ପରା ସତର୍କ ହେବାକୁ

ଘୋଷଣା କରିଲେ ଆଣ୍ଟେ ।

ଶୁଣି ଚେତିଲନି କିଆଁ...

ଏତିକି ବେଳକୁ ପ୍ରାଣ ବିକଳରେ

କାହିଁକି ହୁଅ ଛାନିଆଁ !


ଅତି ଦରକାରୀ ଅଳପ ଜିନିଷ

ନେଇ ପାରିବଟି ସାଥେ,

ରହିଅଛି ତହିଁ ସମସ୍ତ ସୁବିଧା

ଲୋକଙ୍କ କଲ୍ୟାଣ ଅର୍ଥେ ।

ଜନଗଣ ହିତ ପାଇଁ...

ସରକାରଙ୍କର ମହତ ଯୋଜନା

ନ ହୁଅରେ ହାଇଁପାଇଁ ।


ଏବେବି ରହିଛି ସମୟ ଭାବିକି

ପଳାଅ ପଳାଅ ସବୁ,

ଝଡ ବର୍ଷା ବନ୍ୟା କମିଗଲା ପରେ

ଘରକୁ ଫେରିବ ବାବୁ ।

ଆଗ ପ୍ରାଣ ଥାଉ ରହି...

ପରେ ଅନ୍ୟ ଚିନ୍ତା - ସହାୟତା ଯାହା 

ମିଳିଯିବ ଦେଲି କହି ।।


Rate this content
Log in

Similar oriya poem from Action