STORYMIRROR

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଦରିଆ ବୁକେ ବୋଇତ ଭାସେ

ଦରିଆ ବୁକେ ବୋଇତ ଭାସେ

1 min
325


ଦରିଆ ବୁକେ ବୋଇତ ଭାସେ

ମାଳକୁ ମାଳ ହେଇ, 

ଧୀବର ମାନେ ମାଛ ଧରନ୍ତି

ପେଟ ପାଟଣା ପାଇଁ ।


ଆଉ କେତେକ ନଉକା ପରେ

ବୁଲନ୍ତି ପର୍ଯ୍ୟଟକ,

ସାଗର ରାଜା ଶୋଭା ଦେଖନ୍ତି

ପକ୍ଷୀ, ଡଲ୍ଫିନ କୌତୁକ ।


ନେତରା ନୂଆ ନୌକା କିଣିଛି

କହିଲା ବୋଲି ଶଶୀ,

ସରକାରଙ୍କ ଋଣ ମିଳିଛି

ଛାଡ଼ ବି କିଛି ଅଛି ।


ରୋଜଗାର ସେ କରିଲେ ଭଲ

ଗଢେଇ ଦେବ ହାର,

ଶାଢ଼ି, ଝୁମୁକା, ଟିକିଲି ନାଇ

ଦିଶିବ ବେଶୀ ସୁନ୍ଦର ।


କରଜ ଯାହା ପରିଶୋଧ ବି

କରିବ ବେଳ ଦେଖି,

କିଛିଟା ଅର୍ଥ ଜମା ଖାତାରେ

ଦେବ ଯତନେ ରଖି ।


ଦରକାର ତା' ହୋଇବ ଯେବେ

ଖର୍ଚ୍ଚ କରିବ ଆଣି,

କାହାକୁ ହାତ ପାତିବ ନାହିଁ

ଲକ୍ଷ୍ମୀ ସେ ଅଛି ଜାଣି ।



Rate this content
Log in

Similar oriya poem from Action