Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Fantasy Others

4  

ବି. ନିରୁପମା

Action Fantasy Others

ଶୁଭୁଅଛି ମୀରା

ଶୁଭୁଅଛି ମୀରା

1 min
315



ରାଧା ନାମ ବାଉ ବାଉ

ଶୁଭୁଅଛି ମୀରା,

କୃଷ୍ଣ, କୃଷ୍ଣ ଡାକୁଅଛି

ତୁମ ଏକତାରା ।(ଘୋଷା)


ତାଙ୍କଠି ଶରଧା ଯେତେ,

ତୁମଠି ଆଦର ସେତେ ।

ତଥାପି ବଇଁଶୀ ଡାକେ

କାହିଁକି ରାଇକୁ ଏତେ !


ଖୋଲି କହିଦେବି ଯଦି

ପଡ଼ିଯିବି ଧରା ।(୧)

ରାଧା ନାମ ବାଉ ବାଉ

ଶୁଭୁଅଛି ମୀରା...


ରାଜରାଣୀ ହୋଇ ସତେ,

ମନ ଦେଇଅଛ ମୋତେ ।

ବୁଝିବାକୁ ବାକିନାହିଁ

ଜାଣନ୍ତି ଜନେ ଜଗତେ ।


କଳଙ୍କିନୀ ସାଜିଲଣି

ମୋହଲାଗି ପରା ।(୨)

କୃଷ୍ଣ, କୃଷ୍ଣ ଡାକୁଅଛି

ତୁମ ଏକତାରା...


ରାଧା ନାମ ବାଉ ବାଉ

ଶୁଭୁଅଛି ମୀରା,

କୃଷ୍ଣ, କୃଷ୍ଣ ଡାକୁଅଛି

ତୁମ ଏକତାରା ।



Rate this content
Log in

Similar oriya poem from Action