STORYMIRROR

Sunanda Mohanty

Abstract Action Classics

3  

Sunanda Mohanty

Abstract Action Classics

ଖୁସିର ସମ୍ଭାର ଆଣି ଆସିଛନ୍ତି ମାଆ ଗଜଲକ୍ଷ୍ମୀ

ଖୁସିର ସମ୍ଭାର ଆଣି ଆସିଛନ୍ତି ମାଆ ଗଜଲକ୍ଷ୍ମୀ

1 min
136


ପୂଜା ଛତ୍ରେ ଛତ୍ରେ ଆମ୍ବ ବଉଳ ପତ୍ରେ

ମାଆ ଗଜଲକ୍ଷ୍ମୀ ଜଗନ୍ନାଥ ଘରଣୀ ନମସ୍ତେ

ଶରତ ଋତୁ ପରେ ବସନ୍ତ ଉଙ୍କି ମାରି କେତେ

ଦେଖେ ପୂଜା ଲକ୍ଷ୍ମୀଙ୍କର ସୁସୁସ୍ତେ ଆଶ୍ୱସ୍ତେ

ଧନ ଧାନ୍ୟର ଦେବୀ ନମସ୍ତେ ନମସ୍ତେ

ସମସ୍ତେ କରନ୍ତି ଆରାଧନା ବନ୍ଦାପନା ସ୍ଵହସ୍ତେ

କରୁଣା ବାରି ଢାଳି ଦିଅ ମାଆ ଆଶ୍ୱସ୍ତି ସର୍ବତ୍ରେ

ତୁମ ବନ୍ଦାପନା ପାଇଁ ପ୍ରକୃତି ଯୋଡହସ୍ତେ

ଡାକ ଦିଏ ଗଜ ବନସ୍ତେ କହି ନମସ୍ତେ 

ଯେଣୁ ଗଜଲକ୍ଷ୍ମୀ ଶୋଭାବନ୍ତ ବସ୍ତ୍ରେ

ମାଆ କମଳିନୀ ପେଚା ବାହିନୀ ନମସ୍ତୁତେ

ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭିତା ମାଆ ହସ୍ତେ

ନବଗ୍ରହ ରିଷ୍ଟ କଟିଯାଏ ମାଆ ଲକ୍ଷ୍ମୀ ସ୍ତୋତ୍ରେ

ଜାଗ୍ରତ ନରନାରୀ ନହେବାକୁ ଲକ୍ଷ୍ମିଦ୍ରୋହି ସୁସ୍ଥେ

ଧନ ଜନ ଗୋପ ଲକ୍ଷ୍ମୀ ଦେବେ ମାଆ ସ୍ୱହସ୍ତେ

ବିଷ୍ଣୁ ପାଟରାଣୀ ଆଜି ଉଭା ଧରାରେ ସର୍ବତ୍ରେ

ଶଙ୍ଖ ହୁଳହୁଳି ଧ୍ବନି ପ୍ରତିଧ୍ଵନି ହୋଇ ଅନନ୍ତେ

ସମୁଦ୍ର ପିତା ସେତ ବେଳାଭୁଇଁ ଢେଉ ଛୁଅନ୍ତି ଆସ୍ତେ

ଲକ୍ଷ୍ମୀ ସାଗର ଦୁଲଣୀ ପଦ୍ମଫୁଲ ପାଖୁଡ଼ା ସହିତେ

ପୂଜନ୍ତି ନରନାରୀ ଆନନ୍ଦେ ବୋଲାଇ ଭକତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract