ଆଖିରେ କଥା ଓଠରେ ନୀରବତା
ନାଁ ତାର କଣ୍ଢେଇ
ଖେଳ ତା ସହ କୌତୁହଳ ରାଗ ରୁଷା
ନାହିଁ ତାର ଅଭିମାନ ନାଗଫାଶ
ଦିଅ ଯେତେ ଯାହା ପିନ୍ଧେଇ
ରାଗ ରୁଷା ଅସମ୍ମାନ ତା ପାଖେ ସାତ ସ୍ବପ୍ନ
କିନ୍ତୁ ଭାରି ମନେଇ
ମନ କିଣା ବିକା କରି ସୌଦାଗର ସୌଦାଗରୀ
ଛୁ ମନ୍ତର ଯାଦୁକରୀ ଆଣ୍ଠେଇ
ଖେଳ ବିନା କଣ୍ଢେଇଟେ ଲାଗେ ନିରସ
ସାରସ ସେ କଣ୍ଢେଇ
ନୂଆ ନୂଆ ଆକୃତି ପାଇ ରହି ଯେମିତି ସେମିତି
ସତେ ଗୋଟେ ପାଣ୍ଡୋଇ
ମାଆ କହେ ଶୋଇଯା ଧନ ଉଠିଲେ ଖେଳିବୁ
କଣ୍ଢେଇକୁ ମନେଇ
ଚାବିଦିଆ କଣ୍ଢେଇ ଜୀବନ୍ତ ସେ ଲାଗଇ
ହସେ ରୁଷେ ମିଠା ଭାଷେ କୁନ୍ଥେଇ
କେବେ ସରିଗଲେ ଚାବି ହେଉଥା ଯେତେ ଭାବି
କଣ୍ଢେଇ ହୁଏ ନିରିମାଖି ଶୋଇଥାଏ
ଆଖି ବୁଜିଦେଇ ସତେ ଅବା ନିଦେଇ
ନାମ ତାର କିଏ ଦେଲା କଣ୍ଢେଇ