STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

କାର୍ତ୍ତିକ ପୁନେଇଁ 

କାର୍ତ୍ତିକ ପୁନେଇଁ 

1 min
0


କାର୍ତ୍ତିକ ପୁନେଇଁ ଡ଼ଙ୍ଗା ଭସେଇ 
ଯିବା ଚାଲ ସଖି ଧର୍ମ ଉଜେଇଁ
ମାସକ ଯାକ ପିଠାଉ ଚିତା ପକେଇ 
ରଙ୍ଗୋଲି ମଖମଲୀ ଝୋଟି ଦେଇ 
ଆଜି ଡାକିବା ଅକା ମା ଭୈ 
ପାନ ଗୁଆ ଦେଇ ଥୋଇ 
କଦଳୀ ପଟୁକା ଡ଼ଙ୍ଗା ଭସେଇ 
ଧରମତକ ନେବା ହସି ହସାଇ 
ନଈ ଘାଟରେ ଅବା ତୁଠରେ 
ଦୀପ ଜାଳି ଶୁଦ୍ଧପୁତ ମନନେଇ 
ଯିବା ଚାଲ ସହି ସଙ୍ଗାତ ଡ଼ଙ୍ଗା ଭସେଇ 
ତୋଳିବା ଫୁଲ ପିନ୍ଧି ଭଲ ଦୀପ ଜଳେଇ 
ପୁଣ୍ୟ କମେଇ ଚଉରା ପୂଜାରେ ମନ ଲଗେଇ 
କାର୍ତ୍ତିକ ସାରା ହବିଷ କରିଥାଇ 
ଆଜି ପୂର୍ଣ୍ଣମୀରେ ଶେଷ ପର୍ଯ୍ୟାୟରେ 
ଧର୍ମର ହେଉ ଜୟ 
ପାପର ହେଉ କ୍ଷୟ 
ଜଗତେ କାର୍ତ୍ତିକ ପୂର୍ଣ୍ଣମୀ 
ମହାତ୍ମ୍ୟ କଳନା ନଥାଇ 
ଭାଷି ଭାଷି ଯାଆ ବୋଇତ ମୋହର 
ଅତୀତ ଗୌରବ ପରମ୍ପରା ମନେ ପକେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics