ବାପୁ ତୁମେ ସାବରମତୀର ସନ୍ଥ
ବାପୁ ତୁମେ ସାବରମତୀର ସନ୍ଥ
(ରାଗ : ପୋଇ ବା ଗୌରୀ)
ଅଠର ଶହ ଯେ, ଅଣସ୍ତୋରୀ ବର୍ଷେ
ମାସ ଅକ୍ଟୋବର, ଦୁଇ ଦିନ ।
ରାଜ୍ଯ ଗୁଜୁରାଟ, ସେ ପୋର ବନ୍ଦର
ଜନ୍ମିଥିଲ ଆହେ, ଶ୍ରଦ୍ଧାବାନ ।।
ମା ପୁତୁଲି ବାଇ, କୋଳେ ଜନ୍ମ ନେଇ
ଶୋଭା ବଢାଇଲ, ଗାନ୍ଧି ବଂଶ ।
କରମ ଚାନ୍ଦ ସେ, ପିତା ତୁମର ଯେ
ପ୍ରୀତ ଶୁଣି ତୁମ, କୀର୍ତ୍ତି ଯଶ ।।
ପିଲାଦିନେ ନାମ, ଯେ ମୋହନଦାସ
ମୋହିଥିଲା ପରେ ସର୍ବ ବିଶ୍ବ ।
ମହାତମା ନାମ, ମହାନତା ତୁମ
ଗୁଣ କର୍ମ ପ୍ରତି ପ୍ରାଣେ ବଶ ।।
ଶାମୁକା ଭିତରେ, ମୋତିଟିଏ ତୁମେ
ବାଲିଦ୍ବୀପ
େ ତୁମେ, ବାଲିରାଜା ।
ସତ୍ଯାଗ୍ରହ କରି, ଲବଣ ପାଇଁ ଯେ
ଇଞ୍ଚୁଡି ର କଲ, ସ୍ମୃତି ତାଜା ।।
ତୁମେ ଦୟା କ୍ଷମା, ତୁମେ ତ ମହିମା
ସତ୍ଯ ଅହିଂସାରେ, ସମର୍ପିତ ।
ତୁମେ ଜାତି ପିତା, ତୁମେ ତ ମହାତ୍ମା
ନିତ୍ଯ ନିରନ୍ତରେ, ଶାନ୍ତିଦୂତ ।।
ସାବରମତୀର, ସନ୍ଥ ପୂଜ୍ଯ ପ୍ରାଣ
ସତ୍ୟାଗ୍ରହ ତୁମ, ସହଚର ।
କସ୍ତୁରବା ଗାନ୍ଧୀ, ଯେ ଜୀବନସାଥୀ
ତାଙ୍କ ପ୍ରେରଣାରେ, କର୍ମରତ ।।
ଦେଶ ମାତୃକାର, ହେ ବୀର ସନ୍ତାନ
ଘେନ ମୋ ପ୍ରଣତି, ମହାମାନ ।
ଦେଶ ଲାଗି ପ୍ରାଣ, କଲ ବଳିଦାନ
ଅହିଂସା ପୂଜାରୀ, ପ୍ରୀୟଜନ ।।