STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

*ମହିଷାମର୍ଦ୍ଦିନୀ* (ରାଗ: ରାମକେରୀ)

*ମହିଷାମର୍ଦ୍ଦିନୀ* (ରାଗ: ରାମକେରୀ)

1 min
16


ବହୁ ତପସ୍ୟା ଫଳ ଘେନି ମହିଷାସୁର ବୀର

ସ୍ବୟଂ ବ୍ରହ୍ମାଙ୍କ ଆଶୀର୍ବାଦେ ସେ'ହେଲା ବୀରବର।।

ଅମର ବର ବ୍ରହ୍ମାଙ୍କ ଠୁଁ ପାଇ ମହିଷାସୁର। 

ଅହଙ୍କାରୀ ଦୌରାତ୍ମ୍ଯରେ ମହୀ କଲା ଥରହର।।

ଦେବଗଣ ସଙ୍ଗେ ମାନବ ହୋଇଣ ଭୀତତ୍ରସ୍ତ।

ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ଯୋଡହସ୍ତେ କଲେ ସ୍ତୋତ୍ର।।

ଦୃଷ୍ଟ ରାକ୍ଷସର ଆତଙ୍କରେ ମହୀ ଭାରାକ୍ରାନ୍ତ 

ପୃଥୀ ରକ୍ଷା ଲାଗି ଦେବାଦେବୀ ହୁଅନ୍ତି ପ୍ରକଟ।।

ତ୍ରିଦେବ ଅନୁଭବିଣ ମହିଷାସୁର ତାଣ୍ଡବ। 

ଉପାୟ ପାଞ୍ଚନ୍ତି ଯେହ୍ନେ ଅସୁର ବିନାଶ ହେବ।।

ରୂପରେଖ ନାହିଁ ଯା'ର ବହ୍ମା ସେ ପରମେଶ୍ୱର।

ଅରୂପେ ଅଗମ୍ଯେ ଗମିଥାନ୍ତି ପ୍ରଭୁ ତିନିପୁର।।

ବ୍ରହ୍ମାଙ୍କ ଇଚ୍ଛାରେ ଜନ୍ମ ନିଅନ୍ତି ସଂହାରକାରୀ

ଯୁଗେ ଯୁଗେ ଉଦ୍ଧାରନ୍ତି ଧରା ଭିନ୍ନ ରୂପଧରି।।

ସେହି ସଦଗୁରୁ ସଂସାର ସାଗର ରକ୍ଷାକର୍ତ୍ତା।

ଦୃଷ୍ଟ ନିବାରୀ ସନ୍ଥ ପାଳି ମହୀ କରନ୍ତି ରକ୍ଷା।।

କ୍ରୋଧାନ୍ୱିତ ହୋଇ ସର୍ବ ଦେବଗଣ ସ୍ବର୍ଗେପୁରେ।

ସଭିଙ୍କ ମୁଖରୁ ଜ୍ଯୋତି ସ୍ଫୁରିତ ହୁଅଇ ଧୀରେ।।

ସେ ଜ୍ଯୋତିରୁ ସୃଷ୍ଟିହେଲେ ଦେବୀଦୁର୍ଗା ମହାମାୟା।

ଆଜ୍ଞା ଦେଲେ ଦେବଗଣ ନାଶିବାକୁ ଦୃଷ୍ଟ କାୟା।।

ବିଷ୍ଣୁଙ୍କ ତେଜୁ ଭୂଜା, ବ୍ରହ୍ମାଙ୍କ ଜ୍ଯୋତିରୁ ଚରଣ। 

ସୂର୍ଯ୍ୟଙ୍କ ତେଜୁ ଅଙ୍ଗୁଷ୍ଠୀ, ଶିବ ଜ୍ଯୋତିରୁ ବଦନ।।

ବାୟୁଦେବଙ୍କ ତେଜରୁ ସୃଷ୍ଟି ହେଲା କର୍ଣ୍ଣ ଦ୍ବୟ।

ନିତମ୍ବ ଯେ ମହୀରୁ, ଅଗ୍ନିଙ୍କ ତେଜୁ ତିନି ନେତ୍ର।।

ସବୁ ଦେବତାଙ୍କ ଅଙ୍ଗସୌଷ୍ଠବ ଅର୍ପଣରୁ ଯେ।

ବିଶ୍ବକର୍ମାଙ୍କ ହସ୍ତେ ଦୁର୍ଗତି ନାଶିନି ଦୁର୍ଗା ସେ।।

ବିଷ୍ଣୁ ବଳେ ଶକ୍ତି ରୂପିଣୀ, ଅଗ୍ନିରୁ ତେଜୋଦୀପ୍ତ।

ବାୟୁରୁ ଧନୁର୍ବାଣ, ଦଶହସ୍ତେ ଅସ୍ତ୍ର ସଜ୍ଜିତ ।।

ରକ୍ତବୀର୍ଯ୍ୟ ମାଆଲୋ ରକ୍ତାମ୍ବରୀ ରକ୍ତଶୋଷିନୀ।

ଚଣ୍ଡିକା ରୂପେ ତୁ ଖଣ୍ଡ ଖଣ୍ଡ କଲୁ ମୁଣ୍ଡ ଗଣ୍ଡି ।।

ଚଣ୍ଡମୁଣ୍ଡ ବିଧ୍ବଂସିନୀ ନମଃ ମା ଜଗତଜିତା।

ଶୁମ୍ଭ ନିଶୁମ୍ଭ ନାଶିଲୁ ମାଆଲୋ ଅପରାଜିତା।।

ବରଦାନ କଥା ଧ୍ଯାୟୀ ମାତ ମହିଷାମର୍ଦ୍ଦିନୀ।

ସ୍ଥିର କଲୁ ସନ୍ଧିକ୍ଷଣ ତିଥି ଅଷ୍ଟମୀ ନବମୀ।।

ମହିଷାସୁର କୁ ନାଶିବାକୁ ବିବସନା ହେଲୁ 

ମୋହିନୀରୂପେ ଭଣ୍ଡି ତାକୁ ଖଡ୍ଗାଘାତ କରିଲୁ।।

ସବୁ ଦେବତାଙ୍କ ଅସ୍ତ୍ରଶସ୍ତ୍ର ଘେନି ଉଭା କ୍ଷେତ୍ରୀ।

ରଖିଲୁ ମହୀ, ସନ୍ଧିକ୍ଷଣେ ମହିଷାସୁର ବଧି ।।

ଜୟନ୍ତୀ ମଙ୍ଗଳା କାଳି ଜୟ ମାଆ ନବଦୁର୍ଗା।

ନମସ୍ତେ ଶିବାନୀ ଭବାନୀ ନମସ୍ତୁତେ ମା' ରୁଦ୍ରା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract