STORYMIRROR

Sanuja Meghamala

Abstract Others

5  

Sanuja Meghamala

Abstract Others

ଦନାର ମାଝୀ

ଦନାର ମାଝୀ

1 min
430


ମରୁଡି ପ୍ରପୀଡ଼ିତ କଳାହାଣ୍ଡି ଜିଲ୍ଲାର

ଦନାର ମାଝୀ ଦିନେ( ୨ ୦୧୬ ମସିହାରେ) ଥିଲେ

ସମ୍ବାଦ ଶିରୋନାମାରେ

ଯକ୍ଷ୍ମା ଆକ୍ରାନ୍ତ ସ୍ତ୍ରୀର ମୃତ୍ୟୁ ଘଟିଥିଲା

ଜିଲ୍ଲା ର ମୁଖ୍ୟ ଚିକିତ୍ସାଳୟରେ

ଆମ୍ବୁଲାନ୍ସ କିମ୍ବା ଅନ୍ୟ

ଆବଶ୍ୟକୀୟ ସାହାଯ୍ୟ ଅଭାବରୁ

ସ୍ତ୍ରୀର ଶବକୁ ସାଇକେଲ ରେ ବାନ୍ଧି

ଦଶ କିଲୋମିଟର ଦୂର ନିଜ ଗାଁକୁ

ଆସିଥିଲେ ତିନୋଟି ଝିଅ ଙ୍କ ସହିତ

ସେଦିନର ମୁଖ୍ୟ ଆଲୋଚ୍ୟ ବିଷୟ

ଥିଲା ତାଙ୍କ ଦାରିଦ୍ର୍ୟ ଓ ଅସହାୟତା।

ସରକାରୀ ସାହାଯ୍ୟ ସହିତ

ଦେଶ ବିଦେଶ ରୁ ଅନେକ

ସହାୟତା ମିଳି ପାରିଲା ।

କେତେ ଜଣଙ୍କ ଭାଗ୍ୟରେ 

ଏତିକି ସୁଯୋଗ ଜୁଟେ

ଜୀବନ ଧାରାରେ ଦନାର ମାଝୀ ପରି

ଅର୍ଥନୈତିକ ପରିବର୍ତ୍ତନ ଆସିବା ପାଇଁ ।


ସତ କହିବାକୁ ଗଲେ ଏମିତି କେତେ

ଦନାର ମାଝୀ ପ୍ରତି ମୁହୂର୍ତ୍ତରେ ବଞ୍ଚି ବାକୁ

ଲଢେଇ କରୁଛନ୍ତି ନିଜ ସମସ୍ୟା ସହିତ

ଦାରିଦ୍ର୍ୟର ସୀମା ରେଖା ତଳେ ରହି

ନିଷ୍ପେସିତ ଭାଗ୍ୟ ଓ ଭବିଷ୍ୟତର

ପଶା ଖେଳରେ ହାରିଯାଇ ବାରମ୍ବାର ,

ନିଜର ସର୍ବସ୍ବ ବନ୍ଧା ପକେଇ

କେବଳ ବଞ୍ଚିବା ପାଇଁ ବଞ୍ଚି ରୁହନ୍ତି ।


ନିସ୍ୱ ନିସହାୟ ମଣିଷମାନଙ୍କ ପାଇଁ 

କେତେ ପ୍ରୋତ୍ସାହନ ସରକାରୀ 

ଯୋଜନା ଓ ଅନୁଦାନ 

କାର୍ଯ୍ୟ କାରୀ ହୁଏ ବିକାଶର ନାଆଁ ନେଇ

କିନ୍ତୁ ସବୁ ପହଞ୍ଚି ପାରେନି

ସେମାନଙ୍କ ନିକଟରେ  

ବାଟ ମାରଣା ହୁଏ ଯୋଜନା ସବୁ

କାଗଜ କଲମର ଖେଳ କଣ ବୁଝନ୍ତି 

ଶିକ୍ଷା ଠାରୁ ଦୂରରେ ଥିବା 

ଏହି ଦନାର ମାଝୀ ମାନେ ।

ମଝିରେ ମଝିରେ ସେମାନଙ୍କ

ଦୁର୍ଦ୍ଦିନ ଓ ନିସହାୟତା

ସମ୍ବାଦର ଶିରୋନାମା ହୁଏ,

ହଇ ଚଇ ସୃଷ୍ଟିକରି

ପୁଣି ସବୁ ନୀରବି ଯାଏ ସମୟ କ୍ରମେ

ଯଥା ପୂର୍ବମ୍ ତଥା ପରଂ ।

ଚାରିପାଞ୍ଚ ମାଇଲି ରୋଗୀକୁ

କାନ୍ଧରେ ବୋହି ନେଇ

ଦୂର ଦୁର୍ଗମ ପଥ ଅତିକ୍ରମ କରି 

ଡାକ୍ତର ପାଖରେ ପହଞ୍ଚିବା

ପୂର୍ବରୁ ରୋଗୀ ମରିଯାଏ

ଫେରି ଆସନ୍ତି ଭାଗ୍ୟକୁ ଆଦରି ।

ସେଥି ପାଇଁ ଝଡା ଫୁଙ୍କା, ଗୁଣି ଗାରେଡ଼ି

ଆଦି କୁସଂସ୍କାର ଆବୋରି ବସିଛି

ସେମାନଙ୍କୁ ପୁରୁଷ ପୁରୁଷ ଧରି।

ଅଧିକ ରୋଜ ଗାର ଆଶାରେ

ସାହୁକାର ପାଖରେ

କରଜ୍ କରି ଘର, ଡିହ ବନ୍ଧା ପକେଇ

ଯାଆନ୍ତି ଦାଦନ ଖଟିବାକୁ

ଦୁଃଖ ଦୁର୍ଦ୍ଦଶା ବଢିଯାଏ

ସେଠି ମାଲିକମାନଙ୍କ ପାଖରେ

ବନ୍ଧା ପଡ଼ି ରୁହନ୍ତି ବର୍ଷ ବର୍ଷ

ଖଟି ଖଟି ଜୀବନଟା ସରିଯାଏ।

ସେମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ

ସାମିଲ କରିବା ହେଉଛି ଆଜିର ଆହ୍ବାନ

ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା ପାଇଁ

ହେଉଥିବା ଯୋଜନା ଗୁଡ଼ିକର

ଉପକାରିତା ବିଷୟରେ ବାରମ୍ବାର

ସଭା ଓ ଆଲୋଚନା କରି ସଚେତନ କଲେ

ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract