STORYMIRROR

sudhakar sethi

Abstract

4  

sudhakar sethi

Abstract

ସ୍ଵାଗତ ନବ ସକାଳର

ସ୍ଵାଗତ ନବ ସକାଳର

1 min
414

ଵର୍ଷାନ୍ତ,ଏକ ଋତୁ ଚକ୍ରର ଶେଷ ଦିଵସ

ହରାଇଛି ବହୁତ, ଚିହ୍ନାଇଛି

ଭଦ୍ରମୁଖାତଳେ ଥିଵା କିଛି ଅସଲ ରୂପ।

ଦେଇଛି ଅନେକ କଷ୍ଟ

ମାନସିକ, ଶାରିରୀକ

ତଥାପି ମୁଁ ସ୍ଥାଣୁ ନୀରଵ ନିଶ୍ଚଳ 

ପ୍ରତିକ୍ଷା ପୁଣି ଆଉ ଏକ ଯନ୍ତ୍ରଣାର ।


କିଛି ପଡିଵନି ଫରକ 

ସଵୁତ ଧ୍ଵଂସାଭିମୁଖି ତୁ ,ମୁଁ ଏ ସମାଜ

ଏ ସାରା ଜୀବଜଗତ 

କେହି ମାନିବାର ନାହିଁ

ଶୁଣିବାର ନାହିଁ

ଶୋଷ ମେଣ୍ଟାଇଵା ପାଇଁ

ମରୁତରୀ ପରି ଚୋବାଇ ଚାଲିଛୁ

ଅହଂ ରୂପି ସପ୍ତଫେଣୀ କଣ୍ଟା

ପିଉଛୁ ନିଜର ଉଷୁମ ରକ୍ତ।


ଆଉ କେତେ ଦିନ , ବାଜିଲାଣି ଶେଷ ଘଣ୍ଟା

ସରିସରି ଆସେ ସେ ଅବଧି

ଶୁଭେ ମୃତ୍ଯୁର ନାଗରା 

ଦିଶେ ପ୍ରଳୟ ପୂର୍ବର ନୀରବତା ।

ଏ ଚାକଚକ୍ଯ ମିଛ ଅହମିକାର 

ସାମ୍ରାଜ୍ଯ ହେଵ ଶେଷ

ପାଣ୍ଡୁର ଵର୍ଣ୍ଣା ଏ ନୂତନ ସୂର୍ଯ୍ୟର ଆଲୋକ 

ଖୋଳାହେବ ମାଟିତଳେ ପୁଣି ଏକ 

ମହେଞ୍ଜୋଦାରୋ, ହରପା ଭଳି

ଆଉ ଏକ ସଭ୍ଯତା ।


ପୁଣି ଏକ ପ୍ରକାଶରେ

ଵଦଳିଛି,ଵଦଳିଛି ଏଠି ଅନେକ 

ଗଡୁନାହିଁ କାହିଁ ରାସ୍ତାକଡରେ 

ନୀରିହ ଜୀଵଙ୍କ ଶବ

କାହିଁ ଆଉ ଦିଶୁନି  

ଗଳିତ ଥୋପାଥୋପା ରକ୍ତ।

ଘୁରିଵୁଲୁ ନାହିଁ ତା ଉପରେ ଆଉ

ଲୋଭିଲା ଆଖି ପଟୁଆର 

ସବୁ ଶୁନଶାନ ନିସ୍ତବ୍ଧ

କହୁନାହିଁ କେହି ଆଜି ନୂଆ ବରଷ 

ଦେରେ ଅଧିକ ଦିକିଲୋ ।


ରଚୁନାହିଁ ଆଉ କେହି ସଭ୍ଯତା

ଧ୍ଵଂସକାରୀ ଆଣଵିକ ଅସ୍ତ୍ର

ଦେଉନି କେହି ଧମକ

ପକାଇବାକୁ

ତା ପରମାଣୁ ଵୋମା

ନାହିଁ ତ ମହାମାରୀର ତାଣ୍ଡବ

ଦିଶୁଛି ଦିଶୁଛି ଖାଲି ଶୂନ୍ୟତା 

ତା ଭିତରେ ଦିଶିଯାଉଛି

ଏକକୋଷି ଜୀବ ପ୍ରୋଟଜୁଆ ।

ଆଭାସ ନୂତନ ସୂରୁଜ ଉଦୟର

ଏକ ନୂଆ ବରଷର ।

ନୂତନ ସଭ୍ୟତାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract