Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Anita Dash

Abstract Inspirational Others

2.8  

Anita Dash

Abstract Inspirational Others

ସ୍ୱାଭିମାନ

ସ୍ୱାଭିମାନ

1 min
1.0K



ଅନ୍ତର ମନରୁ ଜନମି, ଅଦୃଷ୍ଟ ଶକତି ସଂଚାର କରି

ସ୍ୱାଭିମାନ ଆମ ଆତ୍ମ ବିଶ୍ୱାସରେ ଉଦ୍ଦୀପନା ଦିଏ ଭରି।

ଉଚ୍ଚତ୍ତର କର୍ମେ , ଉତ୍ତମ ସ୍ୱଭାବେ ହୋଇ ସଭିଙ୍କର ପ୍ରିୟ

ବହୁଭାବେ ସମ୍ମାନିତ ହୋଇ ପାଏ ସମାଜରେ ପରିଚୟ।


ସମାଜେ ସମ୍ମାନ, ମହତ ବିଧାନ, ମନେ ଭରେ ଅଭିମାନ

ସକାରାତ୍ମକ ସେ ଅଭିମାନଟିକୁ ବୋଲାଯାଏ ସ୍ୱାଭିମାନ ।

ଯେଉଁ ପ୍ରାଣୀ ନିଜ ମହତ୍ତ୍ୱ ଟିକକ ନିଜେ ବୁଝିପାରେ ନାହିଁ

ସମାଜ ଆଖିରେ ଆଦୃତ ହେବାର ସପନ ଦେଖିବ କାହିଁ?


ଆତ୍ମ ସମ୍ମାନରେ ଆଞ୍ଚ ଆସିଗଲେ ମନ ହୁଏ ବିଚଳିତ,

ତେଣୁ ସ୍ୱାଭିମାନୀ ଆପଣା 'ମାନ'କୁ ଧରିଥାଏ କରି ଶକ୍ତ।

ସ୍ୱାଭିମାନୀ ନର ଦୁଃଖ କଷଣରେ ଧୈର୍ଯ୍ୟହରା ହୁଏନାହିଁ,

କଷଣକୁ ସହି ସଫଳତା ସିଡ଼ି ଚଢେ ଦୃଢ ମନ ନେଇ।


ଅଭିମାନ-ସ୍ୱାଭିମାନ, ଦୁଇଟିରେ ରହିଛି ବହୁ ଅନ୍ତର

ଅଭିମାନୀ ଜନ ଦରପି ଗରବି, ସ୍ୱାଭିମାନୀ ନମ୍ର, ଧୀର।

*************************************


Rate this content
Log in

Similar oriya poem from Abstract