Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Anita Dash

Comedy Romance

2.6  

Anita Dash

Comedy Romance

ସୁନା ପାଉଁଜି

ସୁନା ପାଉଁଜି

1 min
130


ପାଦ ପାଇଁ ଦେଲେ ସୁନାର ପାଉଁଜି ହାତକୁ ରୂପାର ତାଡ଼,

ଗଳାକୁ ଆଣିଲେ ଗିଲିଟିର ହାର, ଖାଲି କାନେ ନାହିଁ ଦୁଲ।

ଶାଗ ପଖାଳରେ ଶରଧା ମୋ ଭାରି ବଣାରେ ଚାଉଳ ନାହିଁ,

ପିଜା ବରଗର ବାହାରୁ ମଗେଇ ବଳେଇ ଖୁଆନ୍ତି କାହିଁ ।


ଅଣ୍ଟାରେ ଖୋସିଛି ମାଳେ ଚାବି ନେନ୍ଥା ସିନ୍ଧୁକଟି ଫିଟେ ନାହିଁ,

ତାଙ୍କ ଆସିବାକୁ ଅନିଶା କରିଛି ନିତିଆନି ଦେବା ପାଇଁ।

ମତେ କାଳେ ଭାରି ଦେଖି ପାରନ୍ତି ସେ ସାଇଭାଇ ଖୋଲେ ମୁହଁ ଛକୋଡି ଦିନରେ ଛଅ ପଦ କଥାକୁହନ୍ତିନି ଚାହିଁ ମୁହଁ ।


ସାଇ ପଡିଶାରେ ଟୁପୁରୁ ଟାପୁରୁ"ଗେରସ୍ତଟି ଏକା ସେଇ,

ଗୋଲାପ ଫୁଲରେ ଅତର ଭିଜେଇ ଭାରିଯାକୁ ଦିଏ ନେଇ" ।

ମୋ ପାଇଁ ଅଲୋଡା ଚିଜରେ ତାଙ୍କରି ଶରଧାଟି ଯାଏ ଝରି,

ତୁଠ ପଥରକୁ ଅଲଣା ଆଦର ମୋ ଖୁସି ତାଙ୍କ ବଇରୀ ।


ତାଙ୍କେ ଦେଇଥିବା ସୁନାର ପାଉଁଜି ପାଦରେ ନାଇବି ନାହିଁ,

ସୁବର୍ଣ୍ଣେ ବସନ୍ତି ଲକ୍ଷ୍ମୀ ସାଆନ୍ତାଣୀ ପାପ ଅରଜିବି କାହିଁ ।


Rate this content
Log in

More oriya poem from Anita Dash

Similar oriya poem from Comedy