STORYMIRROR

Anita Dash

Romance Tragedy

3  

Anita Dash

Romance Tragedy

ଖୁବ୍ ମନେପଡେ

ଖୁବ୍ ମନେପଡେ

1 min
236

ଆଖିର ଆକାଶୁ ମୋର ଝରିଯାଏ

ଅବାରିତ ଅଶ୍ରୁ ବାରିଧାରା,

ଭିଜେଇ ଭିଜେଇ ମୋର

ମନତଳ ଶୁଖିଲା ଚଟାଣ।

ବିନ୍ଦୁ ବିନ୍ଦୁ ସେହି ବରଷାର ଧାରେ କିନ୍ତୁ

ମେଞ୍ଚା ମେଞ୍ଚା ଅଗଣିତ ପୀଡାର ଜ୍ଵଳନ।

ଏଣେ ପୁଣି ଭିଜା ଭିଜା ମନ ଚଟାଣରେ

ଭରପୁର ମିଠା ମିଠା ମାଟିର ମହକ।

ଆଉ ସେ ମାଟିର ମହକରେ

ଖୁନ୍ଦା ଖୁନ୍ଦି ତୃଷ୍ଣାର ଆବେଗ।

ପୁଣି;

ତୃଷ୍ଣାର ସେ ଆବେଗର ସାଥେ

ଅବଦମିତ କାମନାର କେତେ

ବିହ୍ଵଳିତ ନୃତ୍ୟ ଯୁଗଳବନ୍ଦୀର ଆସର।

ଆଃ!

ମନୋହର ଚାନ୍ଦିନୀ ତାରକାଙ୍କର

ବିମୋହିତ ମିଳିତ ସୁଗନ୍ଧେ,

ମହକି ମହକି ଉଠେ ଧରା ରାଣୀ ଅଂଗ !

ଆଉ ତା ସହିତ;

ହୃଦୟ ଅଳିନ୍ଦେ ମୋର ପ୍ରସ୍ଫୁଟିତ ପ୍ରୀତି ପାରିଜାତ,

ମହକ ତା ବିଞ୍ଚି ବିଞ୍ଚି ଯାଉଥାଏ

ମୋ ତନ୍ତ୍ରୀର କୋଣ ଅନୁକୋଣେ !

କରେ ମୋତେ ଆନମନା!

ଚେତନା ମୋ ହଜିଯାଏ ଅବଚେତନରେ।

ଅଲକ୍ଷରେ ପହଞ୍ଚେ ମୁଁ ସ୍ଵପ୍ନ ରାଇଜରେ।

ମନେପଡେ;

ହଁ ହଁ ଭାରି ମନେପଡେ

କେହି ଜଣେ ଅତି ଆପଣାର,

ମୋର ନିହାତି ନିଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance