Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3.7  

Gopinath Jena

Romance

ଏ ଜୀବନ ନଈ

ଏ ଜୀବନ ନଈ

1 min
125


ଏ ଜୀବନ ନଈ ଯାଏ ତ ବହି

       ସମୟର ଗୀତ ଗାଇ

ମୋ ଚଲା ପଥେ ମନ କୁଞ୍ଜରେ

       ତମକୁ ପାଇଲି ମୁହିଁ ।

ଏ ଜୀବନ ନଈ ------।୧।

ତୁମେ ମୋବୟସ ଫୁଲ ପାଖୁଡ଼ାରେ

     ଆସିଲ ମହକ ହୋଇ

ହୃଦୟକୁ ମୋର ବଦଳେଇ ଦେଲ

     ପ୍ରୀତିର ଇସାରା ଦେଇ 

ତୁମକୁ ଦେଖି ମୁଁ ମନେ ମନେ ଭାବେ 

     କେବେ ହେବ ମୋର ସାଥି

ଏ ଜୀବନ ନଈ ------।୨।

ତୁମେ ମୋ ମନର ପ୍ରଥମ ଫଗୁଣେ 

     ପ୍ରଣୟର ମଧୁ ଗୀତି

ତୁମ ବିନା ସାଥି ଫିକା ଫିକା ଲାଗେ

     ମଧୁ ଝରା ଜହ୍ନ ରାତି 

ତୁମେ ତ ମୋ ନୀଳ କଇଁ 

        ତୁମକୁ ରହିଛି ଚାହିଁ

ଆସିବ କେବେ ମୋ ପ୍ରେୟସୀ ହୋଇ

ଏ ଜୀବନ ନଈ -------।୩।

     ----୦-----



Rate this content
Log in

Similar oriya poem from Romance