Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

4.0  

Gopinath Jena

Romance

ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

1 min
208


ତୋ ରୂପରେ ରୂପାର ଚାନ୍ଦ

ରକ୍ତ ଜବା ତୋ ଓଠର ରଙ୍ଗ

ଲାଜେଇ ହସିଲେ ତୁ ଗୋରୀ

ହଜିଯାଏ ମୋ ଆଖିରୁ ନିଦ ।

ହରିଣୀ ଆଖିରେ ସଖୀ ଯେବେ

ଭରୁ ତୁ ଚୋରା ଚାହାଣୀ

ମୋ ରାଣ ଆଗୋ ପ୍ରିୟତମା

ଜହ୍ନ ଟାଣେ ଲାଜେ ଓଢ଼ଣୀ ।

ତୋର ଆଖିରେ କଜ୍ଜଳ ଧାର

ସତେ ପାହାନ୍ତି ମିଠା ଅନ୍ଧାର 

ତୋ ନାଲି ଓଠରେ ସାଥୀ

ଲେଖା ପ୍ରେମର ଭାଷା ହଜାର ।

ଗୁଣୁ ଗୁଣୁ ତୋ ପାଦର ପାଉଁଜି

ସତେ କି ସୁର ସଙ୍ଗମ

ତୁ ରାଗିଲେ ରୁଷିଲେ ପ୍ରିୟା ଲୋ

ଫିକା ପଡ଼ିଯାଏ ସାତ ରଙ୍ଗ।



Rate this content
Log in

Similar oriya poem from Romance