Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Surjyakanta Dash

Romance

5  

Surjyakanta Dash

Romance

ପ୍ରିୟା ର ସନେଟ୍

ପ୍ରିୟା ର ସନେଟ୍

1 min
522



ଯେବେ ଯେବେ ଶୁଣାଯାଏ ନିଶାରେ ନିଶବ୍ଦର କାହାଣୀ

ତୁମ କଥା ମନେ ପଡେ କେବେ ଥିଲ ମୋର ରାଗିଣୀ ।


ସନ୍ଧ୍ୟାରେ ନୀରବି ଆସ ତୁମେ ଚୁପି ଚୁପି ପାଖେ ବସ

ଝିପି ଝିପି ବର୍ଷାରେ ତୁମେ ଚାହିଁ ମୋତେ ଖିଲି ଖିଲି ହସ ।


ସେ ହସ ସହିତ ପୁଣି ତୁମ ଚୁପ୍ ଚାପ୍ ଟୁପ୍ ଟାପ କଥା

ସାଥି ତୁମକୁ ଦେଖି ବର୍ଷା ଲାଜେଇ ଯାଏ ମନେ ନେଇ ଈର୍ଷା ।


ତୁମେ ସିନା ଗୀତ ଗାଅ ମେଘ ମଲ୍ଲାର ରାଗରେ

ମୁଁ ଏକା ସାଥି ଚାହିଁ ଥାଏ ତୁମକୁ ନିର୍ଭିଜା ନୟନରେ ।


ଭିଜିଥିଲେ ଆମେ ଦୁହେଁ ପ୍ରେମରେ ସେହି ବର୍ଷା ରାତିରେ

ତୁମେ ଥିଲ ମୁଁ ଥିଲି ଆଉ କେହି ନଥିଲେ ପ୍ରେମ ଥିଲା ପାଖରେ ।


ଜାଣେନା ଜାଣେନା ପ୍ରିୟତମା ତୁମେ ଅଛ କି ନିକଟରେ

ଲେଉଟାଣି ପକ୍ଷୀ ବାହୁଡିବ କାହିଁ କେଉଁ ତୁମେ ଦୂର ପ୍ରବାସରେ ।



Rate this content
Log in