STORYMIRROR

Lalita Mohan Mishra

Romance Inspirational Others

5  

Lalita Mohan Mishra

Romance Inspirational Others

ପୀରତି ରଙ୍ଗ

ପୀରତି ରଙ୍ଗ

1 min
738


ପ୍ରଥମ ପ୍ରେମକୁ କଳ୍ପନାରେ ଭରି ଶୋଇଥିଲି ପଲଙ୍କରେ 

ସପନ ଦେଖିଲି ପୁଲକେ ଭିଜିଲି ଗୋପନ ପ୍ରୀତି ରଙ୍ଗରେ ।। 

ମନର ବାସନା ଅତି ସରାଗରେ ଅନୁରାଗେ ସପ୍ତରଙ୍ଗେ 

ନବୀନ ଉନ୍ମେଷ ସେ ପ୍ରୀତି ପରଶେ ଶୁଭ୍ର ଜୋଛନାର ସଙ୍ଗେ ।। 

ହୃଦୟ ଆବେଗ ଉଛୁଳା ତରଙ୍ଗ ନବ ମଲ୍ଲିକାର ବାସେ 

ପୁରୁବା ପବନେ ପ୍ରେମ ପ୍ରୀତି ମୋର ଉଛୁଳେ ତୁମ ପରଶେ ।। 

ମଧୁ ବସନ୍ତର ମଧୁର ଲଗ୍ନରେ ଫୁଲେଇ ପୁନେଇ ଜହ୍ନ 

ଇର୍ଷାରେ ଜଳେ ସେ ରାତିର ଶେଷରେ ଦେଖି ଆମ ଏ ମିଳନ ।। 

ଛଇଳ ରାତିର ବହଳ ଅନ୍ଧାରେ ଠିକଣା ହଜେଇ ଦେଲି 

ବିମୁଗ୍ଧ ହୋଇଲି ପ୍ରେମରେ ତୁମର ଓଠ ଚାପି ହସୁଥିଲି ।। 

ସବୁ ସପନ ମୋ ସପନେ ରହିଲା ଉଭେଇଗଲା ଚାନ୍ଦିନୀ 

କେତେ ସ୍ମୃତି ଆଉ ବିସ୍ମୃତି ଢେଉରେ ଭାଙ୍ଗିଲା ନିଦର ରାଣୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance