STORYMIRROR

Biswa Bharati Dash

Romance

4  

Biswa Bharati Dash

Romance

ଅନୁରୋଧ

ଅନୁରୋଧ

2 mins
677


ଏବେ ବି ମୋର ଠିକ୍ ମନେଅଛି . . .

ସବୁଦିନ୍ ତୁମ ପ୍ରେମର ନିବେଦନ

ଅସରାଏ ଅସରାଏ ହାଲ୍ କା ହସବୁନ୍ଦା

ଖୁବ୍ ବାସ୍ନାୟିତ ତୁମ ପ୍ରେମର ମହକ

ଆଃ . . . . . . . . . . . କି ମଧୁର !!

ଅନୁରୋଧ , ତୁମର କେବଳ

ସାମାନ୍ୟ ସ୍ପର୍ଶ ପାଇବାକୁ

ମୋ ତନୁ ମନର !! ହେଲେ . . . .

ମୁଁ ତ ଥାଏ ନିର୍ବାକ୍ ଓ ନିସ୍ପନ୍ଦ !!

*  *  *  *  *  *  *  *  *  *  *  *

ବର୍ଷ ବର୍ଷର ପ୍ରେମ କାହାଣୀ

କ'ଣ କେବେ ଭୁଲି ହୁଏ ??

ନାଃ , ସବୁଦିନ୍ ପ୍ରତି ମୁହୂର୍ତ୍ତରେ

ଥାଏ ସବୁ ଜୀବନ୍ତ . . . . . . .

ତୁମ ପ୍ରେମର ବର୍ଷା , ଅଙ୍ଗେ ଅଙ୍ଗେ

ଛାତିରେ , ଛାତରେ , ତାତରେ . .

ହାଟରେ , ଘାଟରେ , ବାଟରେ . .

ଦୁଆରେ , ପିଣ୍ଡାରେ , ଦାଣ୍ଡରେ . .

ସାଗରେ , ନଈରେ , ନାଳରେ . .

ସବୁଠି ଖାଲି ପ୍ରେମ ଆଉ ପ୍ରେମ

ଓଃ . . . . . . . . . . ସତରେ . . .

ଲାଜରେ ମୁଁ ହୁଏ ଜୁଡ଼ୁବୁଡ଼ୁ

ବେଳେ ବେଳେ ବିକଳ ବି . .

ଦୟାକର ମୋତେ ! ଏତେ କଷ୍ଟ ଦିଅନା . . .

କିନ୍ତୁ . . ତୁମେ ଥାଅ ଅମାନିଆ ଅସଜଡ଼ା . .

*   *   *    *    *    *     *     *  *

ଏବେ ମୁଁ ବିରହିଣୀ ପ୍ରେମ ପରିତ୍ୟଜା

ଶୁଷ୍କ ନଈଟିଏ, ଜରାଜୀର୍ଣ୍ଣ ଧରାଟିଏ

ଆତୁର , ତୁମ ଅନାବିଳ ପ୍ରେମର

ସାମାନ୍ୟ ସ୍ପର୍ଶକୁ ଓ ବାସ୍ନାକୁ . . . .

ବହୁତ୍ ଖୋଜୁଛି ମୁଁ ତୁମକୁ . . . .

ମନେପଡ଼େ . . . . . . .

ଯେବେ ଆସୁଥିଲ ମେଘର ସବାରୀରେ

ବିଜୁଳି ରୋଷଣୀ ନେଇ

ଘଡ଼ଘଡ଼ିର ଶଙ୍ଖ ନାଦରେ

ସ୍ନେହ ପ୍ରେମ ରଜ୍ଜୁରେ ବାନ୍ଧି ହୋଇଥିଲୁ

ଧୋଇ ଦେଇଥିଲ ମୋତେ

ତୁମ ପ୍ରେମର ଜୁଆରେ . . . . .

ଆଉ ମୁଁ , ହୋଇ ଉଠୁଥିଲି ଖାଲି

ତୁମମୟ ତୁମମୟ ତୁମମୟ !!

ପଲ୍ଲବିତ ହେଲା ମୋଥିରେ

ତୁମରି ପ୍ରେମର ଅସ୍ତିତ୍ବ . . . .

ଗୁଞରିତ ଥିଲା ଦିନରାତି

ପଶୁପକ୍ଷୀଙ୍କର କେଳି କର୍କଶ ନାଦ,

ବୃକ୍ଷ ଲତାଙ୍କର ଫୁଲଫୁଟା ହସ,

ନଈ ଝରଣାର କୁଳୁକୁଳୁ ମିଠା ଶବ୍ଦ !!

*  *  *  *  *  *  *   * *  *  *

କିନ୍ତୁ କେତେଦିନ୍ ???

କେତେଦିନ୍ ରହିଥାନ୍ତି ତୁମଠୁ ଦୂରେଇ !

ତୁମେ ତ ଆଉ କାହାଠି

ବର୍ଷାଉଛ ତୁମ ପ୍ରେମର ବର୍ଷା !!

ଏବେ ତମକୁ ଆସିବାକୁ ହେବ

ତୁମ ପ୍ରିୟା ପାଖକୁ . . .

ତା'ର ଅବୋଧ ସନ୍ତାନମାନଙ୍କ ପାଖକୁ

ସେମାନେ ବି ଖୋଜନ୍ତି ଆଜି

ତାଙ୍କ ନିକଟରେ ତୁମର ଅସ୍ତିତ୍ବ !

କ୍ଷମା କର ତାଙ୍କର ଧୃଷ୍ଟତା . .

କାଟିଛନ୍ତି, ଆମ ବଗିଚାର ଗଛ !

ତିଆରୁଛନ୍ତି ନିଜପାଇଁ କିଛି

କ୍ଷଣସ୍ଥାୟୀ ବାସଗୃହ . . .

କ୍ଷମା ଦିଅ ତାଙ୍କୁ ମୋ ପାଇଁ

ଝରି ପଡ଼ ତାଙ୍କପରେ

ପିତାର ଆଶିଷ ହୋଇ . . .

ହେଲେ କହିଲ ନି କ'ଣ ଭୁଲ ମୋର ??

କେବେ ପୁଣି ହେବ ମିଳନ ଆମର !!

ମାସ ମାସ୍ ଧରି ଥାଅ କାହାପାଶେ

କେବେ ମାଗେ ନାହିଁ କିଛି . . . .

ହେଲେ . . .ଏବେ ମୁଁ ରଜବତୀ

ସମୟ ଆସି ଗଲାଣି . . . .

ଆଉଥରେ ହସିବାକୁ ଚାହେଁ

ଆସ ପ୍ରିୟ ସେଇ

ଘର୍ଘର ନାଦ ନେଇ

ବିଜୁଳି ରୋଷଣୀ ନେଇ

ମେଘ ପାଲିଙ୍କିରେ ଶାହନାଇ ସାଥେ

ତୁମ ପ୍ରେମ ନେଇ

ମିଳନ ସମୟ ଉଛୁର ହେଲାଣି

ଧୋଇଦିଅ ତନୁ ମନ

ଭରିଦିଅ ତୁମ ପ୍ରେମ

ପୁଣି କର ମୋତେ ରତ୍ନଗର୍ଭା

ହେବି ମୁଁ ପଲ୍ଲବିତା,

କରି ଦିଅ ମୋତେ ସମ୍ପୂର୍ଣ୍ଣା

ହୋଇଯାଉ ସବୁକିଛି ଖାଲି

ଆମମୟ ଆମମୟ ଆମମୟ . . . .

ହେ ବର୍ଷା ,ତୁମେ !!

ଝରିଯାଅ ଝରିଯାଅ ଝରିଯାଅ . . . .



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Romance