STORYMIRROR

Biswa Bharati Dash

Others

2  

Biswa Bharati Dash

Others

ପ୍ରାପ୍ତି

ପ୍ରାପ୍ତି

1 min
13.9K



ସବୁ ମନ୍ତ୍ରରେ ଅଭିସିକ୍ତା ହୋଇ

ପୂଣ୍ୟର ଜଳରେ ସିଞ୍ଚିତ ହୋଇ

ସିନ୍ଥିରେ ସୁନ୍ଥାଏ ସିନ୍ଦୂର ନାଇ

କୁଣ୍ଡଳ ନୋଥକୁ ସାଦରେ ନାଇ

ଆଖିରେ କଜ୍ଜ୍ବଳ ଗାରକୁ ନେଇ

ଓଠର ଲାଲିମା ସାଥିରେ ନେଇ

ହାତରେ ମୁଠାଏ କାଚକୁ ନାଇ

ପାଦରେ ପାଉଁଜି ବେଡିକୁ ନାଇ

ସବୁ ଅମଙ୍ଗଳ କାଟିବା ପାଇଁ

ଗଳାରେ କଳାର ମୋତିକୁ ପାଇ

ଦଶ ଦିଶ ଅଗ୍ନି ସାକ୍ଷୀକୁ ଚାହିଁ

ଆସିଥିଲି ଯେବେ ଏରୁଣ୍ଡି ଡେଇଁ

ଆଖିରେ ଥିଲା ମୋ ସାତ ସପନ

ମୁଣ୍ଡ ଛୁଉଁ ଥିଲା ଉଚ୍ଚା ମଥାନ

କାନେ ବାଜୁଥିଲା ସେନେହ ଭାଷା ||


ଓଠୁ ଝରୁଥିଲା ମିଠା ପରଷା

ହାତପାଦ ମୋର ବାନ୍ଧଇ ସିନ୍ଧୁ

କପାଳେ ଚମକେ ସିନ୍ଦୂର ବିନ୍ଦୁ

ଦେହେ ଭରିଥିଲା ତୁମରି ବାସ

ଭୋଗିବାର ଥିଲା କେତେ ରାହାସ

ଅଶାନ୍ତ ସମୁଦ୍ରେ ବୁଡ଼ ମାରିଲି

ଭାବିଲି ଏ ଜନ୍ମୁ ମୋକ୍ଷ ପାଇଲି

ସଂସାର ସୁଅରେ ଝାସ ଯେ ଦେଲି

ଅପ୍ରାପ୍ତିରେ ସର୍ବହରା ହିଁ ହେଲି

ହଜିଗଲା ପରେ ସମୁଦ୍ର ଗର୍ଭେ

ନିଜର ଅସ୍ତିତ୍ଵ ହରାନ୍ତି ସର୍ବେ

ଦେହ ମନର ଏ ନୀରବ ଭାଷା

ଅନ୍ଧାରେ ଆଲୁଅ ଏକହିଁ ଆଶା

ସବୁ ପ୍ରାପ୍ତିରେ ଯେ ନ ମିଳେ ସ୍ବର୍ଗ

ନାରୀ ଜୀବନେ ଏ ବିନ୍ଦୁ ବିସର୍ଗ .......||



Rate this content
Log in