STORYMIRROR

Biswa Bharati Dash

Romance

5.0  

Biswa Bharati Dash

Romance

ନିର୍ଲିପ୍ତ

ନିର୍ଲିପ୍ତ

1 min
2.4K


ତୁମର ପ୍ରତିଟି ନିଶ୍ବାସପ୍ରଶ୍ବାସେ

ଚଳାଚଳ ଥିବା ବାୟୁଟି ମୁଁ !!

ତୁମର ପ୍ରତିଟି ଶିରାପ୍ରଶିରାରେ

ବୋହି ଚାଲି ଥିବା ରକତ ମୁଁ !!

ତୁମର ପ୍ରତିଟି ଅଲୋଡ଼ା ପଣରେ

ଲୋଡ଼ାପଣ ଥିବା ସ୍ଥିତି ହିଁ ମୁଁ !!

ତୁମର ପ୍ରତିଟି ଦୁଃଖସମୟରେ

ଦମ୍ଭ ଦେଉଥିବା ସମୟ ମୁଁ !!

ତୁମର ପ୍ରତିଟି ଅସ୍ଥିରତାଟିରେ

ସ୍ଥିର ରହିଥିବା ପ୍ରକୃତି ମୁଁ !!

ତୁମର ପ୍ରତିଟି ସ୍ବପ୍ନତରଙ୍ଗରେ

ସତ ରଚୁଥିବା ନିଦଟି ମୁଁ !!

ତୁମ ଚାରି ପଟେ ଘୁରି ବୁଲୁଥିବା

ସୂର୍ଯ୍ୟ ଚନ୍ଦ୍ର ତାରା ପୃଥିବୀ ମୁଁ !!

ତୁମବିନା କିବା ଅସ୍ତିତ୍ଵ ମୋହର

ତୁମରି ଭିତରେ ନିର୍ଲିପ୍ତ ମୁଁ !!


Rate this content
Log in

Similar oriya poem from Romance