STORYMIRROR

Prashanta Padhan

Romance Others

4  

Prashanta Padhan

Romance Others

ଲୁହର ଶ୍ରାବଣ

ଲୁହର ଶ୍ରାବଣ

1 min
911

ଲୁହରେ ଲୁହରେ ଭିଜାଏ ଶ୍ରାବଣ

ତୁମେ ଦେଲାପରେ ଧୋକା

ବିନା ମେଘରେ ବି ବରଷି ଯାଉଛି

ଡେଇଁ ସବୁ ସୀମାରେଖା ।।

ଭସାମେଘ ପରି  ଭାସି ଯାଉଥିଲି

ତୁମ  ପ୍ରେମ  ଆକାଶରେ

ଭିଜା ଶ୍ରାବଣୀଟେ ସାଜି ତୁମେ ପ୍ରିୟା

ଭିଜେଇଦେଲ  ଲୁହରେ ।।

ଶେଷ ଶ୍ରାବଣରେ ପକେଇଥିଲ ଗୋ

ପ୍ରେମରେ ତ  ଯବନିକା

ସେଇ ୠତୁ ଠାରୁ ଦିଗହରା ଏଇ

ହାତ ପାପୁଲିର ରେଖା ।।

ତପ୍ତ ଜୀବନରେ ସାଜିଥିଲ ଦିନେ

ମିଠାଝରା  ନିର୍ଝରିଣୀ

କାକଟସ୍ ଗଛର କଣ୍ଟା ଏବେ ତୁମେ

ହୃଦୟ ମୋ ମରୁଭୂମି  ।।

ଆସ ସାଥି ଥରେ ଏ ମରୁବାଲିରେ

ଶ୍ରାବଣ ମେଘଟେ ସାଜି

ଝିପିଝିପି  ତୁମ  ପ୍ରେମର ପରଶେ

ଇଚ୍ଛାହୁଏ ଯିବି  ଭିଜି  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance