STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ସ୍ମୃତି

ସ୍ମୃତି

1 min
335

   

 ତୁମେ ପଚାରିଲ କେମିତି ଅଛି ମୁଁ

କହିଦେଲି ସିନା ଭଲ

 କେମିତି ବୁଝିବ ସ୍ମୃତିକୁ ସାଉଁଟି

  ହୁଏ କେତେ କଲବଲ 

 

ତୁମ ଠିକଣାରେ ଚିଠି ଲେଖି କେତେ

ଠିକଣା ଦେଇଛି ଚିରି

ତୁମ କଥା ଏବେ ଭାବିଲା ବେଳକୁ

ମନ ହୋଇଯାଏ ଭାରି

ତୁମେ ସିନା ତୁମ ସ୍ମୃତିରୁ ସହଜେ

ମୋ ନାଁ କୁ ପୋଛିଦେଲ ..


ଏତେ ଦିନପରେ ଦେଖା ହେଲା ଯେବେ

ଛଳଛଳ କଲ ଆଖି

ଭିତରେ ଭିତରେ କେମିତି ମୁଁ ଜଳେ

ତୁମେ ପାରିବନି ଦେଖି

ସବୁ ଦୋଷ ଦେଇ ସମୟକୁ ସାଥି

ପର କରି ଚାଲିଗଲ ....


 ପରବୋଲି ଜମା ଭାବି ମୁଁ ପାରୁନି

 ଆଜିବି ନିଜର ମୋର

 ସ୍ମୃତିରେ ସାଇତା ମନକୁ କେମିତି 

 କରିଦେବି ସାତପର

 କାଲି ପରି ପ୍ରିୟା ଆଜି ମୁଁ ତୁମକୁ

 ସେମିତି ପାଉଛି ଭଲ ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance