STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ରାବଣର ଝିଅ ସୀତା

ରାବଣର ଝିଅ ସୀତା

2 mins
1


ରାବଣର ଝିଅ ସୀତା 
ଦିଲ୍ଲୀପ କୁମାର ସାହୁ
""""""""""""""""""""""""
ରାବଣର ଝିଅ ସୀତା ଲୋ
ରାବଣର ଝିଅ ସୀତା
ବଖାଣଇ ବ୍ରହ୍ମ ବୈବର୍ତ ପୁରାଣ
ତ୍ରେତୟାର ଏହି କଥା ଲୋ
ରାବଣର ଝିଅ ସୀତା...୦

ବୃହସ୍ପତି ସୂତ କୃଷଧ୍ବଜ ଙ୍କର
କନ୍ଯାରତ୍ନ ଟିଏ ଥିଲା
ବେଦ ଅଧ୍ଯୟନ ବିଷ୍ଣୁଙ୍କର ଧ୍ଯାନ
ଦିନ ରାତି କରୁଥିଲା
ନାମ ବେଦବତୀ ରୂପେ ଗୁଣରେଟି
ଥିଲା ସେ ଜଗତ ଜିତା ଲୋ
ତ୍ରେତୟାର ଏହି କଥା
ରାବଣର ଝିଅ ସୀତା...୧

ଗୋଟିଏ ଚାଉଳେ ଗଢା ବେଦବତୀ
ନଥିଲା କେଉଁଠି ଖୁଣ
ରୂପ ତାର ଦେଖି ବିଭୋର ହୁଅନ୍ତି
ଶୁରା ଶୁର ବୀର ଗଣ
କୃଷଧ୍ବଜ ଙ୍କର ଇଛ୍ଛାଥିଲା ବିଷ୍ଣୁ
ହୁଅନ୍ତୁ ତାଙ୍କ ଜାମାତା ଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା...୨

ବେଦବତୀଙ୍କୁ ତ ଦେଖି ଲଙ୍କପତି
ପାଗଳ ପରି ସେ ହେଲା
ରାଣୀ କରିବାକୁ ବଳାଇ ସେ ମନ
ଆଶ୍ରମରେ ପହଞ୍ଚିଲା।
ରାବଣ କରିଲା ପ୍ରେମ ନିବେଦନ
ଧିକ୍କାରିଲା ଋଷି ସୂତା ଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା.....୩

ଧିକ୍କାର ଶୁଣିଣ  ରାଗରେ ରାବଣ
ଝିଙ୍କିଲା ଅବଳା କେଶ
ଦୈତ୍ଯ ହାତୁ ଖସି ସେହି ଋଷି କନ୍ଯା
ଅନଳରେ ଦେଲା ଝାସ
ବିଷ୍ଣୁଙ୍କୁ ସୁମରି ଅଭିଶାପ ଦେଲା
ଥରିଗଲା ଦଶମଥାଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା...୪


ଜଳୁଜଳୁ ବେଦ ବତୀ କହିଗଲା
ଜନ୍ମିବି ତୋ କନ୍ଯା ହୋଇ
ତୋହରି ମରଣ କାରଣ ହୋଇବି
ସତୀର ବଚନ ଏହି
ଆଖି ପିଛୁଳାକେ ପାଉଁଶ ହୋଇଲା
ହଜିଲା ରାବଣ ଚେତା ଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା...୫


କିଛିକାଳ ଅନ୍ତେ ରାଣୀ ମନ୍ଦୋଦରୀ
ହୋଇଲେ ତ ଗର୍ଭ ବତୀ
ରାଜ ଉଆସରେ ଆନନ୍ଦ ଲହରୀ
ଭୟାତୁର  ଲଙ୍କାପତି।
କନ୍ଯାଟିଏ ଯେବେ ଜନ୍ମଦେଲେ ରାଣୀ
ବଳେଇ ପଡିଲା  ଚିନ୍ତାଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା....୬

ବେଦବତୀଙ୍କର କଥାକୁ ସ୍ମରଣ
ବିସର୍ବା ନନ୍ଦନ କଲା
ଏନ୍ତୁଡିଶାଳ ରୁ କନ୍ଯାକୁ ଆଣିସେ
ସିନ୍ଧୁ ଜଳେ ଫିଙ୍ଗି ଦେଲା।
ବରୁଣଙ୍କ ରାଣୀ ବରୁଣୀ ସାଜିଲେ
କନ୍ଯାର ଭାଗ୍ଯ ବିଧାତାଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା....୭


ବରୁଣୀ ପାଣିରୁ କନ୍ଯାକୁ ତ ଛାଣି
ଆନନ୍ଦରେ କୋଳକଲେ
ଲାଳନ ପାଳନ ପାଇଁକି ତାହାର
ଧରିତ୍ରୀଙ୍କୁ ସମର୍ପିଲେ।
ନବଜାତ ଶିଶୁ କନ୍ଯାର ଯତନ
ନେଲେ ତ ଧରଣୀ ମାତାଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା....୮

ମିଥିଳାର ରାଜା ରାଜର୍ଷୀ ଜନକ
ଭୂମି କରୁଥିଲେ ଚାଷ
ଚାଷ କରୁ କରୁ କାହାର ଆଘାତେ
ଅଟକି ଗଲାତ ଇଶ।
ଭୂମି ଖୋଳି ରାଜା ପାଇଲେ କନ୍ଯା ଟି
ନାମ ଦେଲେ ତାର ସୀତାଲୋ
ରାବଣ ଯାହାର ପିତା
ଏତ ତ୍ରେତୟାର କଥା....୯

ବୈଶାଖ ର ଶୁକ୍ଳ ନବମୀ ସେଦିନ
ଉଆସେ ଆସିଲେ ଲକ୍ଷ୍ମୀ
ଆନନ୍ଦରେ ରାଜା ଦାନଧର୍ମ କଲେ
ଭୂମିହୀନେ ଦେଲେ ଜମି
ଜନକ ନନ୍ଦିନୀ ଜାନକୀ ଭାବରେ
ସୀତା ଯେ ହୋଇଲେ କ୍ଷାତା ଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା...୧୦

ବିବାହ ବୟସ ହୋଇଲା ଯେବେତ
ଜନକ ରଖିଲେ ସର୍ତ୍ତ
ଶିବଧନୁ ଯିଏ ପାରିବ ତ ଭାଙ୍ଗି
ଧରିବ କନ୍ଯାର ହାତ।
ସୀତା ସ୍ବୟମ୍ବରେ ଯୋଗଦେଲେ ଆସି
କାହୁଁ କେତେ ବୀର ରାଜା ଲୋ
ବାଜିଲା ମଙ୍ଗଳ ବାଜା
ରାଇଜ ହୋଇଲା ସଜ୍ଜା...୧୧

ପୁଷ୍ପମାଲ୍ଯ ଧରି ଚାହିଁଥିଲେ ସୀତା
କିଏସେ ଆସିବ ବୀର
ଶିବଧନୁ ଭାଙ୍ଗି ଦର୍ପ ଦେଖାଇବେ
ସାଜିବେ ତାଙ୍କରି ବର।
ଧନୁକୁ ତ କେହି ଟେକି ପାରିଲେନି
ଭାଙ୍ଗିବା ଦୂରର କଥାଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା...୧୨

ଦେଖି ଏହି ଦୃଶ୍ଯ ହୋଇଲେ ଚିନ୍ତିତ
ମିଥିଳା ନରେଶ ସେତ
ସତେ ବୀର ଶୂନ୍ଯ ହୋଇଲା କି ଧରା
ପୂରଣ ହେବନି ସର୍ତ୍ତ !
ଭାବନାର ଅନ୍ତ ହୋଇଲା ତୁରିତ
ରାମ ହେଲେ ଯେବେ ଉଭା ଲୋ
ଚମକିଲା ରାଜ ଶଭା
ଆହାକି ଅପୂର୍ବ ଶୋଭା....୧୩

ପ୍ରଥମେ ଧନୁକୁ ନମସ୍କାର କଲେ
ଭକ୍ତିରେ କୌଶଲ୍ଯା ସୂତ
ଧନୁକୁ ଉଠାଇ ଭାଙ୍ଗନ୍ତେ ଶ୍ରୀରାମ
ଆକାଶୁ ବର୍ଷିଲା ପୁଷ୍ପ।
ରାମଙ୍କ ଗଳାରେ ବରଣମାଳା ତ
ଲମ୍ବାଇଲେ ଆସି ସୀତା ଲୋ
ତ୍ରେତୟାର ଏହି କଥା
ରାବଣର ଝିଅ ସୀତା...୧୪

ଶ୍ରୀରାମ ଙ୍କ ହସ୍ତେ କନ୍ଯାକୁ ଜନକ
ସମର୍ପିଲେ ହସିହସି
ସୀତା ରାମଙ୍କର ମିଳନରେ ସାରା
ଜଗତ ହୋଇଲା ଖୁସି।
ଜାନକୀ ହୋଇଲେ ରଘୁ କୂଳବଧୂ
ଅଯୋଧ୍ୟାକୁ କଲେ ଯାତ୍ରା ଲୋ
ରାବଣର ଝିଅ ସୀତା
ରାବଣର ଝିଅ ସୀତା...୧୫

ବିଧିର ବିଧାନ ରାମ ଗଲେ ବନ
ପିତାଙ୍କର ସତ୍ଯ ପାଳି
ପ୍ରାଣପ୍ରିୟା ସୀତା ଅନୁଜ ଲକ୍ଷ୍ମଣ
ସାଥୀରେ ତ ଗଲେ ଚଳି।
ରାଜରାଣୀ ହେଲେ ବନ ବାସିନୀ ସେ
କି କଥା କଲା ବିଧାତା ଲୋ
ତ୍ରେତୟାର ଏହି କଥା
ରାବଣର ଝିଅ ସୀତା...୧୬

ରାବଣ ବା କାହୁଁ ଜାଣିବ ଯେ ସୀତା
ତାହାରି ଔରସୁ ଜାତ
ସତୀ ବେଦବତୀ ଅଭିଶାପ ସେତ
କନ୍ଯା ଯୋଗୁ ହେବ ହତ।
ମାୟା କରି ସୀତା ହରଣ କରି ସେ
ମୃତ୍ଯୁ ପଥ କଲା ସଫା ଲୋ
ତ୍ରେତୟାର ଏହି କଥା
ରାବଣର ଝିଅ ସୀତା...୧୭

ସୀତାଙ୍କୁ ନପାଇ ଶ୍ରୀରାମ ଲକ୍ଷ୍ମଣ
ଦୁଃଖରେ ପଡିଲେ ଭାଙ୍ଗି
ଘୋର ଜଙ୍ଗଲରେ ଘୂରି ବୁଲିଲେ ସେ
ସୀତାଙ୍କୁ ତ ଖୋଜିଖୋଜି।
ଜଟାୟୂ ଠାରୁ ସେ ପାଇଲେ ସମ୍ବାଦ
ରାବଣର ଚୋରୀ କଥାଲୋ
କନ୍ଯାକୁ ହରିଲା ପିତା
ରାବଣର ଝିଅ ସୀତା...୧୮

ହନୁମାନ ଆଉ ସୁଗ୍ରୀବଙ୍କ ସହ
ଦେଖା ହେଲା ବନପଥେ
ତାଙ୍କ ସହଯୋଗେ ଲଙ୍କା ଗଲେ ରାମ
ବାନର ସେନାଙ୍କ ସାଥେ।
ରାବଣକୁ ମାରି ସୀତା ଉଦ୍ଧାରିଲେ
ସତ ହେଲା ସତୀ କଥା ଲୋ
କନ୍ଯା ପାଇଁ ମଲା ପିତା
ରାବଣର ଝିଅ ସୀତା
ବଖାଣଇ ବହ୍ମ ବୈବର୍ତ ପୁରାଣ
ତ୍ରେତୟାର ଏହି କଥା ।୧୯।








Rate this content
Log in

Similar oriya poem from Classics