STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଗୁରୁବାରୀ ଲୋ ଗୁରୁବାରୀ

ଗୁରୁବାରୀ ଲୋ ଗୁରୁବାରୀ

1 min
22


ଗୁରୁବାରୀ ଲୋ ଗୁରୁବାରୀ
ଗୁରୁବାର ଦିନ ମୁହଁକୁ ଫୁଲେଇ 
ବସିବୁନି ଜମା ମନକୁ ମାରି
ମାନ ଅଭିମାନ କରିଲେ ସେଦିନ 
ମାଆ ଲକ୍ଷ୍ମୀ ଯାନ୍ତି ଘରୁ ବାହାରି...୦..

ସବୁରି ଓଠରେ ଦେବାକୁ ଆହାର
ଗୁରୁବାର ଦିନ ମାଆ 
ହୋଇ ଆବିର୍ଭୂତା ଧନ ଧାନ୍ଯେ ଭରି
 ଜଗତକୁ ହେଲେ ସାହା
ମାଆ ଲକ୍ଷ୍ମୀଙ୍କର ଦିନ ଗୁରୁବାର 
 କରୁଣାର କଣା ପଡଇ ଝରି...୧

ଗୁରୁବାର ଦିନ ମୁଣ୍ଡ ଧୋଇବୁନି
ତେଲ ଦେହେ ମାଖିବୁନି 
ଆଇଁଷ ପୂରାଇ ଦେବୁନିଲୋ ଘରେ
ନଖ କେବେ କାଟିବୁନି
ଖାଦ୍ଯ କଲେ ନଷ୍ଟ ମାଆଙ୍କୁ ତ କଷ୍ଟ
ନଷ୍ଟକଲେ ଯାଏ ଅଭାବ ଘାରି....୨ଲ

ଗୁରୁବାର ଦିନ ସହଳ ସହଳ 
ନିତ୍ୟକର୍ମ ସାରିଦେବୁ
ହଳଦିଆ ଶାଢୀ ପିନ୍ଧିଲୋ ଭକ୍ତିରେ
ମାଆଙ୍କ ପୂଜା କରିବୁ
ହଳଦିଆ ଫୁଲ ମାଆଙ୍କର ପ୍ରିୟ
ଦେବୁ ପୁଷ୍ପାଞ୍ଜଳୀ ଭକତି ଭରି..୩

ନିର୍ମଳ ହୃଦୟେ ମାଆଙ୍କୁ ଜପିବୁ 
ଭାବର ଦୀପାଳୀ ଜାଳି
ଅମା ଅନ୍ଧକାର ଅପସରି ଯିବ
ଆଶିଷ ଦେବେ ମା ଢାଳି
ଅଭାବ କଷଣ ରହିବନି ତୋର
ଖଳାରୁ ଖମାର ଯିବଲୋ ପୁରି...୪







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics