STORYMIRROR

Gangotri Priyadarshini

Abstract Classics Inspirational

5  

Gangotri Priyadarshini

Abstract Classics Inspirational

ପ୍ରଭୁ ହାତ ଧରି

ପ୍ରଭୁ ହାତ ଧରି

1 min
531


ପ୍ରଭୁ ତୁମେ ମୋର ଅତି ଆପଣାର

କି ଅଳି ଆଉ କରିବି !!

ଜୀବନ ପାତ୍ର ମାେ ପୂର୍ଣ୍ଣ କରି ଅଛ

କାହିଁକି ଋଷିି ବସିବି !!


ଜନ୍ମ ରୁ ମରଣ ଏ ଜୀବନ ଧନ୍ୟ

ଚର୍ମ ଚକ୍ଷୁ ରେ ଦର୍ଶନ କଲି !!

ଯିବା ଯିବା ବେଳେ ପରମେଶ୍ଵର ହେ

ଯିବ ନାହିଁ ଏ ନିଶ୍ୱକୁ ଭୁଲି !!


ଏ ମାୟା ଜଗତୁ ବିଦାୟ ବେଳାରେ

ପାଶେ ମୋର ପତି ଥିବେ

ପୁତ୍ର ମୋର ମୁଣ୍ଡ ନିକଟରେ ଥିବ

ନିଜର ବୋଲି ଝୁରିବେ !!


ଆଖି ଆଗେ ମୋର ଦୃଶ୍ୟ ହେଉଥିବ

ପ୍ରଭୁ ତୁମ ଶ୍ରୀ ପୟର

କୃତାର୍ଥ ହୋଇବ ମର ଜଗତରେ

ନାମ ଭଜୁଥିବ ମାେ ଅଧର !!


ଶେଷ ସମୟରେ ନିର୍ମାଲ୍ୟ ତୁଣ୍ଡରେ

ଗଙ୍ଗାଜଳ ଟିକେ ଦେବେ

ବନ୍ଧୁ ପରିଜନ ସବୁ ଅଭିମାନ ଭୁଲି

ଶାନ୍ତିରେ ବିଦା କରିବେ !!


ସାଧ୍ୟ ମତେ ପୁଣି ସମୟ ଚକ୍ରରେ

ଜୀବନ ନାଟକେ ଭାଗି ହୋଇଲି

କର୍ମ ଫଳ ଆଉ ଲୋଡା ନାହିଁ ମୋର

ପ୍ରଭୁ ଚରଣେ ଆଶ୍ରା ମୁଁ ନେଲି !!


ତୁଣ୍ଡେ ଥିବା ମୋର ପ୍ରଭୁ ତୁମ ନାମ

ଦୟା ବହିବ ମାେ ଠାରେ !!

ହାତ ଧରି ମୋର ସାଥେ ଯିବ ନେଇ

ପରମ ପୁରୁଷଙ୍କ ଦ୍ୱାରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract