STORYMIRROR

Gangotri Priyadarshini

Action Fantasy Inspirational

4  

Gangotri Priyadarshini

Action Fantasy Inspirational

ତୁମେ ଆସିଲେ

ତୁମେ ଆସିଲେ

1 min
256


ତୁମେ ଦିନେ ନିଶ୍ଚୟ ଆସିବ ମୋତେ ଖୋଜି ଖୋଜି

ମୋର ଅପେକ୍ଷାର ଦର ଆଉଜା ଦରଜା ଖୋଲି

ଉଠୁଥିବା ସବୁ ନଜରର ଏରୁଣ୍ଡି ପାର କରି

ମୋ ନିଷ୍ପ୍ରଭ ନିର୍ଜୀବ ଦୁନିଆ ଆଲୋକିତ ହେବ

ମୋ କାନ ଚାରିପଟେ କୋଳାହଳ ଶୁଭିବ ।


ମୋ ହୃଦୟ ଆଉ ନିଜ ଅକ୍ତିଆରରେ ନଥିବ

ମୋ ତନ୍ତ୍ରୀ ସବୁ ତୁମ ପାଖକୁ ଧାଇଁ ଯାଉଥିବେ

ତୁମେ ଆଲିଙ୍ଗନ କରିବ ମୋ ଦୁଃଖ ସୁଖ, 

ମୋ ସ୍ମୃତି,ମୋ ଉଜାଗର ରାତି,ଅନ୍ଧାରି ଦିନକୁ

ମୋ ଶୁଖି ଆସୁଥିବା ଲୁହକୁ, ଅବଶେଷ କୋହକୁ।


ତୁମେ କିନ୍ତୁ ଈଶ୍ୱର ସାଜୁଥିବ ,ମୋ ଅବଶିଷ୍ଟ ପୃଥିବୀରେ

ତୁମେ ହେବ ମୁକ୍ତିଦାତା ଏ ଭାଗ୍ୟ ବନ୍ଦିନୀର

ତୁମ ସ୍ପର୍ଶ ହେବ ଚିରନ୍ତନ , ଦୁର୍ମୂଲ୍ୟ ମୁହୂର୍ତ୍ତ ସବୁର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action