STORYMIRROR

Sudeshna Misra

Action Others

3  

Sudeshna Misra

Action Others

ଦେବୀ ରୂପେ ମା'

ଦେବୀ ରୂପେ ମା'

1 min
195

ଶରତର ଏଇ ନିର୍ମଳ ଆକାଶେ

   ମେଘଖଣ୍ଡ ଭାସୁଅଛି

ସନ୍ତାନର କାନେ ମା ଆଗମନୀ,  

   ବାର୍ତ୍ତା ସେ ଦେଉଅଛି ।୧।

ବରଷକେ ଥରେ ଆସିବେ ମାଆ

   ଆନନ୍ଦେ ଭରିଛି ମନ

ମାଙ୍କୁ ସ୍ବାଗତ କରିବା ପାଇଁ

  ସାଜିଛି ଏଇ ଭୂବନ ।୨।

ପ୍ରାଣେ ଭରିଦିଅ ଉତ୍ସାହ, ଶକ୍ତି

   ଶକ୍ତି ସ୍ବରୂପା ତୁମେ  

ଦେବୀ ରୂପେ ମା' ଆସ ଅବତରି

  ସ୍ବାଗତ କରୁଛୁ ଆମେ ।୩।

 ଲୋପ ପାଇଯାଉ ଭୟ ଅଶାନ୍ତି

  ଧରାପୃଷ୍ଠେ ବିରାଜୁ ସୁଖ

ଅନିତି, ଅନ୍ୟାୟ ଅପସରିଯାଉ

  ଚାଲିଯାଉ ସବୁ ଦୁଃଖ।୪।

ଶୁଭ ବୁଦ୍ଧି ଦିଅ ସତ୍ ଚିନ୍ତା ଦିଅ

  ଦେଖାଅ ଆଲୋକ ପଥ

ଉଚିତ୍ ମାର୍ଗରେ ଚାଲନ୍ତୁ ସଭିଏଁ

  ସୁଖେ ଗଢ଼ୁ ସଂସାର ରଥ ।୪।

ଏଇ ପ୍ରାର୍ଥନା କରୁ ତୁମ ପାଶେ

  ସରିଯାଉ ଅଭାବ କଷଣ  

 ରକ୍ଷାକ୍ରର୍ତ୍ତି ତୁମେ ଶକ୍ତି ସ୍ବରୂପା

   ନେଉଛୁ ତୁମ ଶରଣ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action