Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Classics Children

4.9  

ବି. ନିରୁପମା

Action Classics Children

କରୁଥାଅ ନିତି ଗେଲ

କରୁଥାଅ ନିତି ଗେଲ

1 min
512




କୁନି ଭଉଣୀ ମୋ ହାତ ଗୋଡ଼ ଛାଟି

ଖେଳୁଅଛି ଦେଖ ଜେଜେ ,

ଚାହୁଁଅଛି ଖାଲି ମିଟି ମିଟି କରି

ହାତକୁ ଚୁଚୁମି ନିଜେ ।


ଲହୁଣୀ ମଖା ତା' ଚେହେରା ସାଙ୍ଗକୁ

କୁନି କୁନି ହାତ ପାଦ ,

ଯୋଉଠି ଥିଲେ ବି ଧାଇଁ ଆସେ ମାଆ

ଶୁଣିଲେ ତାହାର କାନ୍ଦ ।


ପାଖେ ପାଖେ ତା'ର ରହିବାପାଇଁକି

ଲାଗେ ମୋତେ ଭାରି ଭଲ ,

ବେଳେବେଳେ ମୁହିଁ ଶରଧାରେ ଯାଇ

କରିଦିଏ ତାକୁ ଗେଲ ।


ଯେଉଁଦିନ ସିଏ ଜନମ ହୋଇଲା

ତୁମେ କଲ ମନଦୁଃଖ ,

ଜେଜେମା କହିଲା-ମୋ ବେଳକୁ ମିଠା

ବାଣ୍ଟୁଥିଲ ଗାଆଁ ଯାକ ।


ମୋତେ ପାଇ ଯଦି ଏତେ ଖୁସି ଥିଲ

'ଲୋରୀ' ପାଇଁ କିଆଁ ନାହିଁ ,

ଆମ ଦୁହିଁଙ୍କର ଜେଜେ ପରା ତୁମେ

ଅଲଗା ଭାବୁଛ କାହିଁ !!


ବାପା କହୁଥିଲେ ଭଉଣୀକୁ ମୋର

କୋଟିକେ କରିବେ ଜଣେ ,

କୋଉଥିରେ ତାକୁ ଊଣା କରିବେନି

ରଖିବେନି ଘର କୋଣେ ।


ପାଠ ଶାଠ ସହ ଖେଳ ନାଚ ଗୀତ

ସବୁ ଶିଖାଇବେ ତାକୁ ,

ଇଚ୍ଛା କଲେ ସିଏ ବିମାନ ଉଡ଼ାଇ

ବୁଲାଇବ ବାପା ମା'ଙ୍କୁ ।


ତୁମକୁ ବି ସିଏ ସାଥେ ନେବ ଜେଜେ

ପାଇବ ବହୁତ ଭଲ ,

ଆଜିଠାରୁ ତାକୁ ମାଆ କୋଳୁ ଆଣି

କରୁଥାଅ ନିତି ଗେଲ ।


Rate this content
Log in

Similar oriya poem from Action