STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ମୋ ବାସ ମୋ ଭାବନା

ମୋ ବାସ ମୋ ଭାବନା

1 min
214

ମୋ ବାସସ୍ଥଳୀ ଚିଲିକା ହ୍ରଦର

ଏକ କ୍ଷୁଦ୍ର ଗ୍ରାମରେ

ଚତୁଃ ପାର୍ଶ୍ୱରେ ଚିଲିକାର ଜଳ

ଲବଣାକ୍ତ ହେଲେହେଁ, ଘନ ନୀଳ ବର୍ଣ୍ଣ

ମୋ ଗାଆଁର ସୀମା ସରହଦ

ପ୍ରାୟ ଚାରି ଶହ ଏକର ସ୍ଥଳ ଭାଗ।

କୃଷି କ୍ଷେତ ଅଛି, କାଜୁ ଆମ୍ବ ନଡ଼ିଆ

ବଗିଚା ବି ରହିଛି, ସ୍ନାହାନ ପାଇଁ

ସୁନ୍ଦର ପୁଷ୍କରିଣୀ ବି ଅଛି

ଦକ୍ଷିଣ ଦିଗରେ ଖଣ୍ଡେ ଦୂର ଚିଲିକା ପରେ

ବେଳା ଭୂମିର ବିସ୍ତୃତ ଝାଉଁ ଜଙ୍ଗଲ ଦିଶେ।

ଅଦୂରରେ ମହୋଦଧି ଉଛୁଳିତ ହୁଏ

ମନ୍ଦ ମନ୍ଦ ମଳୟ ବହିଲେ ଦେହ ପ୍ରାଣ

ଆନନ୍ଦରେ ଉଲ୍ଲସିତ ହୁଏ।

ପବନ ର ବେଗ ଯଦି ତୀବ୍ର ହୁଏ

ଝଡ଼ର ସୂଚନା ମିଳେ,

ସମସ୍ତେ ସତର୍କ ରହିବାକୁ ଓ

ନୀରାପଦରେ ରହିବାକୁ

ପ୍ରକୃତି ହିଁ ସୂଚନା ଦିଏ।

ପ୍ରତି ବର୍ଷ ଶୀତ ଆସିଲେ

ବହୁ ପ୍ରବାସୀ ବିହଙ୍ଗମଙ୍କର

ଆମ ଗାଁକୁ ଆଗମନ ଘଟେ।

ସର୍ବତ୍ର ପକ୍ଷୀ କଳରବ, ଏକ ମନଖୋଲା

ଜୀବନ ଜୀଇଁ ବାର ଭିନ୍ନ ସ୍ଵାଦ

ଯେତେ ଦେଖୁ ଥିଲେ ନୂଆ ଦିଶୁଥାଏ

ଯାତ୍ରୀ ମାନଙ୍କ ଭିଡ଼ ହୁଏ ଚିଲିକା ର

ମୁହାଣ ତଥା ରାଜହଂସ ପାଶେ

ଲୋକେ ବ୍ୟବସାୟରୁ କିଛି ବି

ରୋଜଗାର କ୍ଷମ ବି ହୁଅନ୍ତି।

ମୋ ଗାଆଁର ଅଳ୍ପ ଦୂରରେ

ଖଟିନାସି ଠାରେ ଶ୍ରୀ ଜଗନ୍ନାଥଙ୍କ

ନବଗ୍ରହ ମୂର୍ତ୍ତି ପୂଜା ପାଏ।

ଅତୀତ ଯାହାର ବଡ ମହାର୍ଘ।

ଏମିତି କେତେ କଥା କହିଲେ ନ ସରେ

ସେହି ମୋର ବାସ ସେହି ମୋ ଭାବନା

ଯାହା ପାଇଁ ମୁଁ ପରିଚୟ ପାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action