ଅଗତିର ଗତି
ଅଗତିର ଗତି
ଅଗତିର ଗତି ଅନାଥ ର ନାଥ ମୁକ କୁ କର ବାଚାଳ ତୁମ କୃପା ହେଲେ ପଙ୍ଗୁ ଲଂଘେ ଗିରି ତୁମେ ସର୍ବ ପ୍ରାପ୍ତି ଫଳ। ସଂସାର ଜଞ୍ଜାଳ ବଡ ହିନିମାନ ନର ନାରୀ ଦହଗଞ୍ଜ ତୁମେ ହିଁ ସାରଥୀ ତୁମେ ହିଁ ତାରକ ତୁମେ ତ ଅସଲ ମଞ୍ଜ। ମନରେ ମୋହର କେତେ ଯେ ଭାବନା ତୁମକୁ ଚିନ୍ତିବା ପାଇଁ ମାୟା ମରୀଚିକା ଭୁଲାଇ ନେଉଛି ତଡ଼ିତ ପାଶୋର ଯାଇ। ସମୟ ସୁଅରେ ଆୟୁ ସରି ଯାଏ କେତେ ଦିନ ଏ ଯନ୍ତ୍ରଣା ତୁମେ ମାତା ପିତା ତୁମେ ତ ବିଧାତା ନ କର ହେ ବାଟ ବଣା। ତୁମେ ଜଗନ୍ନାଥ ମୋ ପ୍ରାର୍ଥନା ଘେନ ଶେଷ ସଖା ତୁମେ ନାଥ ତୁମରି ଆଶିଷ ପଡୁ ମୋର ଶିରେ ଗଡାଅ ଜୀବନ ରଥ।
