STORYMIRROR

Dharitri Das

Action Children

4  

Dharitri Das

Action Children

ସାହିତ୍ୟିକ ଓ ସାମ୍ବାଦିକ

ସାହିତ୍ୟିକ ଓ ସାମ୍ବାଦିକ

1 min
358

ସାହିତ୍ୟିକ ଓ ସାମ୍ବାଦିକ ଦୁହେଁ

    ଅଟନ୍ତି ନିରୀକ୍ଷକ

ସଦା ସର୍ବଦା ସେତ ସାଜିଥାନ୍ତି

    ଖବର ସଂଗ୍ରାହକ।

ସୂକ୍ଷ୍ମ ଦୃଷ୍ଟିରେ କରି ନିରୀକ୍ଷଣ

    ଶବ୍ଦକୁଶବ୍ଦ ଛନ୍ଦି

କବିତା ମାଧ୍ୟମେ କବି ରଖିଥାଏ

    ହୃଦୟ କରି ବନ୍ଦୀ।

ସମାଜର ଟିକିନିଖି ଖବର

    ସାହିତ୍ୟ ମାଧ୍ୟମରେ

ପ୍ରକାଶ କରିଥାଏ ସାହିତ୍ୟିକ

   ତା ଲେଖନୀ ମୁନରେ।

ସାମ୍ବାଦିକର ଲେଖନୀ ମୁନରେ

    ଖବର କାଗଜଟି

ପ୍ରକାଶ କରିଥାଇ ସମାଜର

    ସବୁ ପ୍ରତିଛବିଟି।

ଲେଖାରେ ଲେଖାରେ ଦୁହେଁ କରନ୍ତି

    ସଭିଙ୍କୁ ସଚେତନ

ଆମୋଦ ପ୍ରମୋଦ ପ୍ରଦାନ ପୁଣି

    ଯୁଦ୍ଧପାଇଁ ଆହ୍ୱାନ।

ଶୋଷଣ ଦୁର୍ନୀତି ବିରୁଦ୍ଧେ କରି

    ସ୍ୱରକୁ ଉତ୍ତୋଳନ

ଭୟରେ କାତର ନୁହଁନ୍ତି କେବେ

    ସଦା ନିର୍ଭୟ ମନ।

ସମାଜର ସୁଖ ଦୁଃଖର ସାଥୀ

    ଅଟନ୍ତି ସେହି ଦୁହେଁ

ସେଥିପାଇଁ ତାଙ୍କୁ ପ୍ରକୃତ ବନ୍ଧୁ

   ଆମ ସମାଜ କହେ।

ଦୁହିଁଙ୍କର ଲେଖନୀ ଚାଳନାରେ

     ଅଛି ଯେତେ ଶକତି

କ୍ଷଣକେ ଦୋହଲାଇ ପାରେ ସିଏ

     ଏହି ସମଗ୍ର କ୍ଷିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action