STORYMIRROR

Dharitri Das

Abstract Classics

4  

Dharitri Das

Abstract Classics

ରଥଯାତ୍ରା

ରଥଯାତ୍ରା

1 min
19


ଆଷାଢ଼ ଆସିଲା ବରଷା ବର୍ଷିଲା

     ଚିତ୍ତ ହେଲା ହରଷିତ

ମହାସ୍ନାନ ପରେ ତିନି ଠାକୁର ଯେ

     ହୋଇଗଲେ ରୋଗାଗ୍ରସ୍ତ।

ନେତ୍ରୋତ୍ସବ ଦିନ ମହା ଆଡ଼ମ୍ବରେ

     ହୋଇ ପ୍ରଭୁ ଦିବ୍ୟ ବେଶ

ଗୁଣ୍ଡିଚାରେ ରଥ ଚଢ଼ି ମାଉସୀମା

    ମନ୍ଦିରରେ ପରବେଶ ।

ସାରା ରାଇଜ ଯେ କୋଳାହଳ ମୟ

     ବଡ଼ଦାଣ୍ଡ ଉଲ୍ଲସିତ

ଭକ୍ତଙ୍କ ଗହଣେ ମନ ହରଷରେ

     ପ୍ରଭୁ ଅତି ପ୍ରଫୁଲ୍ଲିତ ।

ବରଷକେ ଥରେ କାଳିଆ ସାଆନ୍ତ

     ରଥ ପରେ ହୋଇ ଉଭା

ପାପୀଙ୍କ ଉଦ୍ଧାର ପାଇଁ କି ଆସନ୍ତି

     ଟାହିଆରେ ଶୋହେ ଗଭା।

ନବଦିନ ବ୍ୟାପୀ ମାନବୀୟ ଲୀଳା

       ସାରିଲେ ବିଶ୍ଵ ନିୟନ୍ତା

ଶ୍ରୀମନ୍ଦିର ଫେରି ଆସିବା ପାଇଁ ସେ

       କରନ୍ତି ବାହୁଡ଼ା ଯାତ୍ରା ।

ରସଗୋଲା ଦେଇ କରିଥାନ୍ତି ପୁଣି

       ଲକ୍ଷ୍ମୀଙ୍କ ମାନ ଭଞ୍ଜନ

ଦିବ୍ୟ ଅନୁଭୂତି ମିଳିଥାଏ ରଥେ

       କଲେ ପ୍ରଭୁ ଦରଶନ।

ଏକାଦଶୀ ପାଳି ଦ୍ଵାଦଶୀରେ ପୁଣି

     ଅଧର ପଣା ପାନରେ

ତୃପତି ଲଭନ୍ତି ଦେବ ଭଗବାନ

     ରହି ସଭିଙ୍କ ପ୍ରାଣରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract