STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମନେ ପଡେ କର୍ମପଥେ

ମନେ ପଡେ କର୍ମପଥେ

1 min
377

କର୍ତ୍ତବ୍ୟ ପୂରଣ କରି ପିତୃମାତୃ

  ଛାଡ଼ି ଚାଲି ଗଲେ ମତେ,

ତାଙ୍କରି କାରଣୁ ନଥିଲା ଟି ଚିନ୍ତା

  ଏଭବ ସଂସାରେ ମତେ।


ଗୃହର କର୍ତ୍ତବ୍ୟ ଚିନ୍ତିତ କରୁଛି

  ପୂରଣତ ହୋଇ ନାହିଁ,

ନାହିଁକେହି ଜଣେ ରାସ୍ତା କହିଦେବେ

 ସ୍ମୃତି ହେଉ ଅଛି ତହିଁ।


ପିତୃମାତୃ ପରା ଜୀବନେ ଆଦର୍ଶ

  ଜ୍ଞାନ ଦେଉ ଥିଲେ ମତେ,

କିପରି କରିବି ଗୃହର କର୍ତ୍ତବ୍ୟ

  ଦେଇ ଶିକ୍ଷା ଥିଲେ ମତେ।


ବିଚଳିତ ହେଲେ ଧର୍ଯ୍ୟ ଦେଉ ଥିଲେ

  କହୁଥିଲେ ବାଟ ତାର,

ସମାଧନ ପାଇଁ ଉପଦେଶ ତାଙ୍କ

  ହେଉଥିଲା ବିଜୟର।


ଆସୁ ପଛେ ଯେତେ ବାଧାବିଘ୍ନ ଗୃହେ

  ନିବାରଣ କରୁଥିଲେ,

ପୁତ୍ର ତାଙ୍କ ସଦା ବିଜୟ ହୋଇବ

  ଶୁଭ ଚିନ୍ତା କରୁଥିଲେ।


ପତିବ୍ରତା ଥିଲା ଜନନୀ ମୋହର

  ଆଗେ ସେହି ଚାଲି ଗଲା

କିଛି ବର୍ଷ ପରେ ପିତାଙ୍କ ଦେହାନ୍ତ

  ପୁତ୍ରକୁ ଦୁଖିତ କଲା।


ଗୃହର କର୍ତ୍ତବ୍ୟେ ଚିନ୍ତିତ ଅପାର

  ସ୍ମୃତି ହେଉ ଅଛି ତାଙ୍କ,

ଆଶିର୍ବାଦ ତାଙ୍କ ଅଛି ହିଁ ମୋ ପ୍ରତି

  ସୁଦୟା ହେବଟି ତାଙ୍କ।


ସେହୁ ହିଁ ଆରାଧ୍ୟ ସେହୁ ହିଁ ପ୍ରେରଣା

  ମଥାର ଚନ୍ଦନ ମୋର,

ତାଙ୍କ ସ୍ମୃତି କରେ ଜୀବନ ଯାତ୍ରାରେ

  ପୂର୍ଣ୍ଣ କରିଦେବେ ମୋର।


ଭରସା କରିଛି ତାଙ୍କ ଆଶିର୍ବାଦେ

  କର୍ତ୍ତବ୍ୟ ପୂରଣ ହେବ,

ଜୀବନ ଯାତ୍ରାରେ ସଫଳ ହୋଇବି

  ତାଙ୍କରି କରୁଣା ହେବ।


ବିଚଳିତ ମନ ଅଥୟଟି ପ୍ରାଣ

  ଗୃହ ସମସ୍ୟାର ଯୋଗୁଁ,

ଭରସା ମୋହର ପିତୃମାତୃ ଠାରେ

  ସମସ୍ୟା କାରଣ ଯୋଗୁଁ।


ସତ୍ୟ ଧର୍ମ ଜ୍ଞାନ ଧର୍ଯ୍ୟ ଆତ୍ମବଳ

  ଦେଇଥିଲେ ସେହୁ ମତେ,

ପୂରଣ କରିବେ ସବୁ ପ୍ରଭୁ ରାମ

  ସମୟ ଆସିଲେ ତତେ।


କପାଳେ ଲିଖିତ ଅବଶ୍ୟ ହୋଇବ

  ସମୟ ଆସିଲେ ତାହା,

ବିଚଳିତ କେବେ ନହେବୁ ବାବୁରେ

  ପ୍ରଭୁଙ୍କ ଭିଆଣ ତାହା।


ରାମଙ୍କ ଚରଣେ ଭକ୍ତି ରଖି ଥିବୁ

  ବ୍ରହ୍ମାଣ୍ଡ ଠାକୁର ସେହୁ,

ସବୁତ ଭିଆଣ କରିଛନ୍ତି ସେହୁ

  ଜଗତେ ଆରାଧ୍ୟ ସେହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract