ଛଠ ପର୍ବର ବ୍ରତ !
ଛଠ ପର୍ବର ବ୍ରତ !


ଅଜିତ କୁମର ରାଉତ ଗାଁ କଳାବାଡିଆ
କାର୍ତ୍ତିକ ମାସ ପୂନ୍ୟର ମାସ
ମହତ୍ତ୍ଵ ଯାର ବହୁ
ପ୍ରଭାତ ସ୍ନାନ କରନ୍ତି ନାରୀ
ଧର୍ମର ମାସ ଏହୁ !
ତୁଳସୀ ପୂଜା ଚଉରା ସଜା
ଟେକି ବୃକ୍ଷେ ସିନ୍ଦୂର
କଲେ ପୂଜନ ପବିତ୍ର ମାସେ
ମିଳେ ବୈକୁଣ୍ଠ ଦ୍ବାର !
କରନ୍ତି ଲକ୍ଷ୍ମୀ ଗୃହେ କରୁଣା
ନାହିଁ ଅଭାବ ନାହିଁ ଯନ୍ତ୍ରଣା !
ଛଠ ପରବ ସୂର୍ଯ୍ୟ ବନ୍ଦନା
ଷଷ୍ଠୀ ମାତାଙ୍କ ପୂଜା
ଧରମ ପତ୍ନୀ କାର୍ତ୍ତିକେୟଙ୍କ
ପୂଜନ୍ତି ଆଜି
ପ୍ରଜା !
ନିର୍ଜଳା ବ୍ରତ ରଖନ୍ତି ନାରୀ
ପୂଜନ୍ତି ସୂର୍ଯ୍ୟ ଭକତି କରି !
ପୁତ୍ର ଓ ପୁତ୍ରୀ ଭଲେ ରୁହନ୍ତୁ
ସନ୍ତାନ ହେଉ ପ୍ରାପ୍ତି
ଗୃହ ସମୃଦ୍ଧି ମାନ ସମ୍ମାନ
ବଢୁ ଗୃହର କୀର୍ତ୍ତି !
ସୁଦୟା ଥାଉ ଲକ୍ଷ୍ମୀ ଦେବୀଙ୍କ
ବ୍ରତ କରନ୍ତି ନାରୀ
ମହିମା ଯାର ବିଶ୍ବେ ଗୁଞୁଛି
ପଡେ କରୁଣା ବାରି !
ନିସ୍ବାର୍ଥ ଭକ୍ତି କଲେ ଟି ସ୍ମୃତି
ପ୍ରାପ୍ତ ହୁଏଟି ସୂର୍ଯ୍ୟଙ୍କ ଜ୍ୟୋତି !
ମନୋବାଞ୍ଛା ଯେ ପୂରଣ ହୁଏ
ଭକ୍ତଙ୍କୁ ମିଳେ କ୍ଷାତି
ସୂର୍ଯ୍ୟ ପୂଜନ ସୀତା ଦେବୀଙ୍କ
ତ୍ରେତୟା ଯୁଗ ସ୍ମୃତି !
ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର
ରାଜନଗର ବ୍ଲକ ଶାଖା, ଝାଡ଼ଖଣ୍ଡ ରାଜ୍ୟ !