STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କିତ୍ କିତ୍

କିତ୍ କିତ୍

1 min
167

 ନା ଥିଲା ଅକଲ

ନା ଥିଲା ଲାଜ କି ସରମ,

କେଇଟି ଗାର ଟଣା କୋଠରୀ ଭିତରେ

ଖଣ୍ଡେ ଖପରାକୁ ନେଇ 

ନିତି ଚାଲୁଥିଲା ହାର ଜିତର ନିଃସଙ୍କୋଚ କ୍ରମ। 


ସତରେ ଭାରି ଆଶ୍ଚର୍ଯ୍ୟ ଲାଗେ ଆଜି

ସେଦିନର ସେ ଏକ ଗୋଡ଼ରେ ଡେଉଁଥିବା

କୋମଳ ବୟସ ଭିତରେ ନିଜ ଚେହେରାଟି

ଦେଖିବାକୁ କଳ୍ପନା ନେତ୍ରରେ,

କାହିଁ ଗଲା ସେ ନିରୁତା ଦୁଷ୍ଟାମୀ

ଶୁଦ୍ଧ ଚଗଲାମି ଓ ତାଜା ଚପଳାମି

ଆଜି ଦିନ ଆରମ୍ଭ ହୋଇ ସରିଯାଏ ସିନା

ଅବକାଶ ମିଳେ ନାହିଁ 

ହସଟିଏ ଛୁଇଁ ଯିବାକୁ ବିବ୍ରତ ଅଧରେ। 


ଫେରନ୍ତାକି ସେ ନିର୍ମାୟା ଆୟୁଷ

ଅତିକ୍ରମ କରି ସମୟର ଅଲଙ୍ଗ୍ୟ ପ୍ରାଚୀର

ମୁଁ ଗାର ଟାଣି ଡେଇଁ ଯାଆନ୍ତି ସବୁ ସୀମାରେଖା,

ଏକ କ୍ରମଶଃଟିଏ ହୋଇ

ରାହା ଧରି କିତ୍ କିତ୍ କହି 

ଧାଇଁ ଥାନ୍ତି ଅତି ଉତ୍ସାହରେ

ପ୍ରାରବ୍ଧରୁ ସୁଲବ୍ଧ ପର୍ଯ୍ୟନ୍ତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract