STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଦିଶାଦ୍ରଷ୍ଟା ଗୁରୁ

ଦିଶାଦ୍ରଷ୍ଟା ଗୁରୁ

1 min
219


ସେ ସ୍ଵୟଂ ବ୍ରହ୍ମ

ଯେ ନିଜକୁ ରଖିଥାନ୍ତି ଅପ୍ରଭାବିତ ଭାବରେ

ମାୟାତୀତ ହୋଇ

ମାୟାବଦ୍ଧ ମାନବକୁ ଦେଖାଇବାକୁ ନିର୍ବାଣର ପଥ। 

ଭଙ୍ଗା ବଂଶୀରେ ସ୍ୱର ଭରିଦେଇ

ପରିଚିତ କରାଇ ଦିଅନ୍ତି ଈଶ୍ବରଙ୍କ ସାଥେ

ବାଟ କଢାଇ ନେଇ

ଦୈତ ରୁ ଅଦୈତକୁ

ମର ରୁ ନଶ୍ୱରକୁ

ଓ ଶୁନ୍ୟରୁ ପୂର୍ଣ୍ଣତାକୁ। 


ଭବ ତରଙ୍ଗିଣୀରେ ନାଉରୀ ସାଜନ୍ତି

ଦିଶାହରା ବେସାହାରା ତରଣୀ ମାନଙ୍କ ପାଇଁ

ବାହି ନିଅନ୍ତି ଅଥଳରୁ କୂଳକୁ

ସଂସାରର ଝଡ଼ ଓ ଘୂର୍ଣିବାତ୍ୟା ଚିରି। 


ସେ ସାଜନ୍ତି ପରଶ ମଣି 

ହରିନେଇ ଆଶ୍ରିତର ବିକାର ଓ କୁବିଚାର ଯେତେ

କାଚ ଖଣ୍ଡକୁ ଦିଅନ୍ତି ହୀରକ ଉପାଧି

ଓ ନିରୁପାଧି କରିଦେଇ ଧରାଇ ଦିଅନ୍ତି

ଦୁଷ୍ପ୍ରାପ୍ୟ ସେ ଚତୁର୍ବର୍ଗ ଫଳ। 


ସେ ଦିଗଦର୍ଶକ ସାଜନ୍ତି 

ମାନବ ଦାନବ ତଥା ଦେବ ମାନଙ୍କର

ଅବତାର ବି ତରି ପାରନ୍ତିନି ଯା ସାନ୍ନିଧ୍ୟ ବିନା

ସେ ହିଁ ଗୁରୁ ଯିଏ ସାଧନାର ଯବକାଚରେ 

ଜାଳି ଦେଇ ସଂସାର ସଂଶୟ

ଜଡ଼ ଜୀବନରେ ସିଞ୍ଚି ଦିଅନ୍ତି ପୀୟୂଷର ଧାରା। 


ହେ ଗୁରୁ ତୁମେ ଆସ 

ପୂର୍ଣ୍ଣ କରି ଯେତେ ସବୁ ଆତ୍ମାର ସୌଭାଗ୍ୟ

ହେବା ପାଇଁ ପରମାତ୍ମା ପ୍ରାପ୍ତି

ପ୍ରତି ଥର ଯୁଗେ ଯୁଗେ ଦିଶାଦ୍ରଷ୍ଟା ସାଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract