STORYMIRROR

Prabhati Mahapatra

Abstract Inspirational Others

3  

Prabhati Mahapatra

Abstract Inspirational Others

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
248

ଭାବନାର ଅନେକ ରୂପ

କେବେ ଧୀର ମଧୁ ମଳୟ ପରି ତ,

ପୁଣି କେବେ କଅଁଳ ବୟସରେ ଗଢା ।

ଅଳସୀ କନ୍ୟାର ଭାବନାରେ

ପ୍ରିୟତମର ସ୍ବପ୍ନ ଝରା ଛବି

ଭାବନାଟା ଯେବେ, ଯାଯାବର ହୁଏ 

ତା'ର ରୂପ ଅସ୍ଥାୟୀ ଅସ୍ଥିରତା ସାଜ୍ଜି

ଯନ୍ତ୍ରଣାରେ ଚହଲାଇ ଦିଏ,

ସବୁ କିଛି ସୀସା ପରି ଭାଙ୍ଗି ଚୁରମାର ।

କାହିଁ କେତେ ଦୂର ନେଇ ଯାଏ 

ଏଇ ଅସ୍ଥିର ଭାବନା

ସ୍ନେହ ପ୍ରେମ ତିକ୍ତ ପରି ମନେ ହୁଏ।

ପ୍ରତି ମୁହୂର୍ତ୍ତରେ ଲାଗେ ଅଗ୍ନିରେ ସ୍ନାନ କରୁଛି,

ଭାବନାର ବେଗ୍ରତା ଏତେ ବଢେ

ଅଧା ଆକାଶରୁ ଭାବନା ପକ୍ଷୀଟା

ଅର୍ଦ୍ଧପତନ ଭାବନା ସାଗରେ ଭାସି 

ଅନେକ ରଙ୍ଗ ମହଲ ଗଢି ଉଠେ

ହେଲେ ଅସ୍ଥିର ଭାବନା

ସନ୍ଦେହ ଆଘାତରେ କ୍ଷଣିକେ

ମାଟିରେ ବିଛାଇ ଦିଏ ।

ଭାବନା ଅସ୍ଥିର ହେଲେ

ସର୍ବାଙ୍ଗ ଶରୀରେ କମ୍ପନ ସୃଷ୍ଟି କରେ,

ଅଦୃଶ୍ୟ ହାତ ଯେମିତି

ବଳ ପୂର୍ବକ ଟାଣି ନିଏ ।

ବଞ୍ଚି ବଞ୍ଚେଇବା କଷ୍ଟକର

ସତ ମିଛର ପ୍ରଭେଦ 

ମାପକାଠି ବିଲିନ୍ନ

ଏଇ ଅସ୍ଥିର ଭାବନାରୁ ଜନ୍ମ ନିଏ

କଳୁଷ ଅନ୍ଧକାର ପରି ଅନେକ ପଥ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract