Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Children

3  

Prabhati Mahapatra

Inspirational Children

ରକ୍ତ ରଞ୍ଜିତ ମାଟି

ରକ୍ତ ରଞ୍ଜିତ ମାଟି

1 min
199



ରକତର ହୋଲି ଖେଳିବା ପାଇଁକି

ଇଂଗ୍ରେଜୀଙ୍କ ଆଗମନ

ଏ ଦେଶର ଜନେ ନିଷ୍କପଟ ଦେଖି

ପ୍ରବଞ୍ଚନେ ଦେଲେ ମନ ।


ଅମୂଲ୍ୟ ସମ୍ପଦ କିବା ନାରୀ ଶିରୀ

ଦମନ କରିଲେ ବଳେ

ରକ୍ତ ପ୍ରସ୍ରବଣ ଲେଖେ ତା କାହାଣୀ

ବାହୁନି ସେ ଅନ୍ତରାଳେ ।


ଭାରତ ଆକାଶେ ଯେହ୍ନେ ଜନ୍ତୁପତି

କରୁ ଅଛି ଅଟ୍ଟହାସ୍ୟ

ଛାତି ଥରି ଯାଏ ମନେ ପଡି ଗଲେ

ଆଖିରେ ନାଚିଲେ ଦୃଶ୍ୟ ।


ଦେଶ ଦ୍ରୋହୀ କେତେ ଅର୍ଥ ପ୍ରଲୋଭନେ

ସାମିଲ ସାଲିସ୍ କରି

ଗୋପନ ବାର୍ତ୍ତାକୁ ଫିରିଙ୍ଗି ହାତରେ

ଆନନ୍ଦରେ କଲେ ପାରି ।


ଉତ୍କଳ ଆକାଶେ ଉଜ୍ଜ୍ୱଳ ଜ୍ୟୋତିଷ୍କ

ବାଜି ରାଉତର ଛବି

ତା ରକ୍ତ ମୂଲ୍ୟରେ ଉଇଁ ପାରିଛି ତ

ସ୍ୱାଧୀନ ଭାରତ ରବି ।


ଭୁଲ ନାହିଁ ବନ୍ଧୁ  ତ୍ୟାଗ ବଳିଦାନ

କିବା ସେହି ସ୍ମୃତି ଉପ୍ତି

ଯହିଁରୁ ଉତ୍ପତ୍ତି  ସ୍ୱାଧୀନ ଅମୃତ

ଯାହା ପାଇଁ ଏତେ ଶାନ୍ତି ।



Rate this content
Log in

Similar oriya poem from Inspirational