STORYMIRROR

Prabhati Mahapatra

Inspirational Others Children

3  

Prabhati Mahapatra

Inspirational Others Children

ବନ୍ଦେ ମୋ ଭାରତ

ବନ୍ଦେ ମୋ ଭାରତ

1 min
173

ଜୟ ଭାରତ ଜନନୀ  ତୋର ପୟରେ ପ୍ରଣମି

ଅବୋଧ ସନ୍ତାନ ମୁହିଁ କରେ ବନ୍ଦନା

ରମ୍ୟମୟ ତୋର ଶୋଭା ପ୍ରଭାତୀ ତାରକା ଆଭା

ଶାନ୍ତମୟୀ ଶୋଭାମୟୀ ତୋର ଶୋଭନା

ପ୍ରଭାତ ପ୍ରଦୋଷ ଶର୍ବରୀ

ଆଗମନେ ନୃତ୍ୟ କରେ ତୋର କବରୀ ।


ତୋ ପାଦେ କନ୍ୟାକୁମାରୀ ସିନ୍ଧୁ ସାଥେ ତାଳ ଧରି

ଚୁମ୍ବି ବାରବାର କରେ ପାଦ ଶୋଧିତ

କଟିରେ ଗିରି ଶୃଙ୍ଖଳା  ସତେ ବାଜେଣି ମେଖଳା

ବକ୍ଷପରେ ହ୍ରାଦିନୀର କେତେ ଯେ ସ୍ରୋତ

ପୁଷ୍ପ ଲତା କି ରୂପ ପ୍ରଭା

ଅବନୀ ସାଜିଛି ସତେ କୁସୁମ ଗଭା ।


ତୋ ଶିରୋଭୂଷଣ ବେଢ଼ି  ହିମ ଶଇଳ ଯେ ମାଡ଼ି

ଚିର ଧବଳ ଦୃଶ୍ୟରେ ମୁକୁତା ପରି

କେତେ ଯେ ବୀର ରମଣୀ  ଜନ୍ମିଲେ ସନ୍ତାନ ଜାଣି

ବଢାଇବେ ଶୋଭା ରାଶି ତମିସ୍ରା ଚିରି

କି ବର୍ଣ୍ଣିବି ତୋହରି କୀର୍ତ୍ତି

ଚିରାଳ ଉଡ଼ାଇ ବନ୍ଦେ ରହୁ ତୋ ଦିପ୍ତୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational